Advertisment

୩ଟି ବାଇକକୁ ଧକ୍କା ଦେଇ ଖାଲକୁ ଖସିଲା ବୋଲେରୋ; ୬ ଆହତ

ଦୁର୍ଘଟଣାପରେ ବୋଲେରୋ ଡ୍ରାଇଭର ଫେରାର ହୋଇଯାଇଛି।

Road Accident

Road Accident

Advertisment

୩ଟି ବାଇକକୁ ଧକ୍କା ଦେଇ ଖାଲକୁ ଖସି ପଡ଼ିଲା ବୋଲେରୋ। ଦୁର୍ଘଟଣାରେ ୬ ଜଣ ଆହତ ହୋଇଛନ୍ତି। ପାରାଦୀପ ଉପକଣ୍ଠ ଫତେପୁର ତ୍ରିଲୋଚନପୁର ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। 

Advertisment

ଗତକାଲି ରାତିରେ ବୋଲେରୋ ଦ୍ରୁତ ଗତିରେ ଆସି  ତ୍ରିଲୋଚନପୁର ରାସ୍ତା ଉପରେ ୩ଟି ବାଇକ୍ ଧକ୍କା ଦେଇଥିଲା। ପରେ ଭାରସାମ୍ୟ ହରାଇ ଖାଲକୁ ଖସି ପଡ଼ିଥିଲା। ଦୁର୍ଘଟଣାରେ ୬ଜଣ ବାଇକ୍ ଆରୋହୀ ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ପରେ ୨ଜଣଙ୍କ  ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। 

ଦୁର୍ଘଟଣାପରେ ବୋଲେରୋ ଡ୍ରାଇଭର ଫେରାର ହୋଇଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।  

Advertisment
Road Accident Paradip
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe