Advertisment

ଦୁର୍ଘଟଣାରେ ୬ ତୀର୍ଥଯାତ୍ରୀ ମୃତ, ୩ ଆହତ

ଖଟୁ ଶ୍ୟାମ ମନ୍ଦିରକୁ ପୂଜାର୍ଚ୍ଚନା କରିବାକୁ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର।

ଅଦ୍ୟତନ ହୋଇଛି
Car

Car

Advertisment

ରାଜସ୍ଥାନ ବୁଣ୍ଡିରେ ଦୁର୍ଘଟଣା ଘଟି ୬ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ। ଏଥିସହ ତିନି ଜଣ ଆହତ ହୋଇଛନ୍ତି। ଆଜି ସକାଳେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Advertisment

ସୂଚନା ଅନୁସାରେ, ଉତ୍ତର ପ୍ରଦେଶ ଦେୱାସର କିଛି ତୀର୍ଥଯାତ୍ରୀ ରାଜସ୍ଥାନର ସିକର ଜିଲ୍ଲାରେ ଥିବା ଖଟୁ ଶ୍ୟାମ ମନ୍ଦିରକୁ ପୂଜାର୍ଚ୍ଚନା କରିବାକୁ ଯାଉଥିଲେ। ଏହି ସମୟରେ ଜୟପୁର ଜାତୀୟ ରାଜପଥ ହିନ୍ଦୋଲି ନିକଟରେ ସେମାନଙ୍କ କାରକୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା।

ଏଥିରେ ଘଟଣାସ୍ଥଳରେ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟି ଥିବାବେଳେ ୩ ଜଣ ଆହତ ହୋଇଛନ୍ତି। ଆଜି ଭୋର ସାଢେ ଚାରିଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। 

Advertisment

ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ତୀର୍ଥଯାତ୍ରୀ କାରକୁ ଏକ ଅଜଣା ଗାଡ଼ି ଧକ୍କା ଦେଇଛି। ଆମେ ଗାଡ଼ିକୁ ଚିହ୍ନଟ କରିବା ସହ ମୃତକଙ୍କ ପରିଚୟ ଜାଣିବାକୁ ଚେଷ୍ଟା କରୁଛୁ।

Accident Rajasthan Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe