Advertisment

ପିକନିକ୍‌ ଯିବା ବେଳେ ଦୁଇ ଗାଡ଼ି ମୁହାଁମୁହିଁ ଧକ୍କା, ୬ ଗୁରୁତର

ନୂଆ ବର୍ଷ ପିକନିକ୍‌ ପାଇଁ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା। ଏକ ବୋଲେରୋ ଏବଂ ମହିନ୍ଦ୍ରା ଏକ୍ସୟୁଭି ଗାଡ଼ି ମୁହାଁମୁହିଁ ଧକ୍କା ହେବାରୁ ୬ ଜଣ ଗୁରୁତର ହୋଇଛନ୍ତି।

author-image
Niharika Rout
Accident

Accident

ନୂଆ ବର୍ଷ ପିକନିକ୍‌ ପାଇଁ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା। ଏକ ବୋଲେରୋ ଏବଂ ମହିନ୍ଦ୍ରା ଏକ୍ସୟୁଭି ଗାଡ଼ି ମୁହାଁମୁହିଁ ଧକ୍କା ହେବାରୁ ୬ ଜଣ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣା ବାଲେଶ୍ୱର ଜିଲ୍ଲା ୫୭ ନମ୍ବର ରାଜ୍ୟ ରାଜପଥ ବେଣୁଦା ଛକ ନିକଟରେ ଆଜି ସକାଳେ ଘଟିଛି।

Advertisment

ବୋଲେରୋଟି ମୟୂରରଭଞ୍ଜରୁ ବାହାରି ଦୀଘା ଅଭିମୁଖେ ଯାଉଥିଲା। ସେହିପରି ମହିନ୍ଦ୍ରା ଏକ୍ସୟୁଭି ଗାଡ଼ିଟି ବାଲେଶ୍ୱର ଅଭିମୁଖେ ଯାଉଥିଲା। ଉଭୟ ଗାଡ଼ି ଦ୍ରୁତ ଗତିରେ ଯାଉଥିବା ବେଳେ ବେଣୁଦା ଛକ ନିକଟରେ ଆଜି ଭୋରରୁ ମୁହାଁମୁହିଁ ଧକ୍କା ହୋଇଥିଲେ। ଏଥିରେ ଉଭୟ ଗାଡ଼ିରେ ଥିବା ୬ ଜଣ ଗୁରୁତର ହୋଇଛନ୍ତି।

ଖବର ପାଇ ପୁଲିସ୍‌ ପହଞ୍ଚି ତୁରନ୍ତ ଗୁରୁତରଙ୍କୁ ଜଳେଶ୍ୱରପୁର ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ୪ ଜଣଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଗୋଟିଏ ଗାଡ଼ିର ଡ୍ରାଇଭର ଫେରାର ହୋଇ ଯାଇଛନ୍ତି।

Advertisment

ପୁଲିସ୍‌ ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Balasore Accident