Advertisment

ରାସ୍ତା ମଝିରେ ଓଲଟିଲା ଅଟୋ, ୬ ଛାତ୍ରଛାତ୍ରୀ ଆହତ

ଆଦର୍ଶ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଟ୍ୟୁସନ ନେଉଥିବା ଏକ ଅଟୋ ରାସ୍ତା ମଝିରେ ଓଲଟି ପଡ଼ିଲା। ଏହି ଦୁର୍ଘଟଣାରେ ୬ ଜଣ ଛାତ୍ରାତ୍ରୀ ଗୁରୁତର ହୋଇଛନ୍ତି।

author-image
Niharika Rout
Accident

Accident

ଆଜି ସକାଳୁ ସକାଳୁ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅର୍ଜୁନପୁରରେ ଘଟିଛି ଦୁର୍ଘଟଣା। ଆଦର୍ଶ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଟ୍ୟୁସନ ନେଉଥିବା ଏକ ଅଟୋ ରାସ୍ତା ମଝିରେ ଓଲଟି ପଡ଼ିଲା। ଏହି ଦୁର୍ଘଟଣାରେ ୬ ଜଣ ଛାତ୍ରାତ୍ରୀ ଗୁରୁତର ହୋଇଛନ୍ତି।

Advertisment

ଆଜି ସକାଳେ ୬ ଛାତ୍ରଛାତ୍ରୀ ଏକ ଅଟୋରେ ଅର୍ଜୁନପୁର ଠାରେ ଥିବା ଆଦର୍ଶ ବିଦ୍ୟାଳୟକୁ ଟ୍ୟୁସନ ହେବାକୁ ଯାଉଥିଲେ। ମାତ୍ର ସୋର-କୁପାରୀ ରାସ୍ତା କୋଚିଆକୋଇଲି ଠାରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ସ୍ଥାନୀୟ ଲୋକେ ପିଲାମାନଙ୍କୁ ଉଦ୍ଧାର କରି ଖଇରା ମେଡିକାଲରେ ଭର୍ତ୍ତି କରିଛନ୍ତି l ପିଲାମାନଙ୍କର ଅବସ୍ଥା ସ୍ଥିର ଥିବା ନେଇ ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି l ତେବେ କେଉଁ କାରଣରୁ ଅଟୋ ଟି ଓଲଟିଲା ତାହା ଅସ୍ପଷ୍ଟ ରହିଛି l

Advertisment
Balasore Accident