Accident
ଆଜି ସକାଳୁ ସକାଳୁ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅର୍ଜୁନପୁରରେ ଘଟିଛି ଦୁର୍ଘଟଣା। ଆଦର୍ଶ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଟ୍ୟୁସନ ନେଉଥିବା ଏକ ଅଟୋ ରାସ୍ତା ମଝିରେ ଓଲଟି ପଡ଼ିଲା। ଏହି ଦୁର୍ଘଟଣାରେ ୬ ଜଣ ଛାତ୍ରାତ୍ରୀ ଗୁରୁତର ହୋଇଛନ୍ତି।
ଆଜି ସକାଳେ ୬ ଛାତ୍ରଛାତ୍ରୀ ଏକ ଅଟୋରେ ଅର୍ଜୁନପୁର ଠାରେ ଥିବା ଆଦର୍ଶ ବିଦ୍ୟାଳୟକୁ ଟ୍ୟୁସନ ହେବାକୁ ଯାଉଥିଲେ। ମାତ୍ର ସୋର-କୁପାରୀ ରାସ୍ତା କୋଚିଆକୋଇଲି ଠାରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।
ସ୍ଥାନୀୟ ଲୋକେ ପିଲାମାନଙ୍କୁ ଉଦ୍ଧାର କରି ଖଇରା ମେଡିକାଲରେ ଭର୍ତ୍ତି କରିଛନ୍ତି l ପିଲାମାନଙ୍କର ଅବସ୍ଥା ସ୍ଥିର ଥିବା ନେଇ ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି l ତେବେ କେଉଁ କାରଣରୁ ଅଟୋ ଟି ଓଲଟିଲା ତାହା ଅସ୍ପଷ୍ଟ ରହିଛି l
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us