Advertisment

ଆବାସିକ କୋଠାରେ ଭୟାବହ ଅଗ୍ନିକାଣ୍ଡ, 63 ଜୀବନ୍ତ ଦଗ୍ଧ

ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗର ଏକ ଆବାସିକ କୋଠାରେ ଭୟାବହ ଅଗ୍ନିକାଣ୍ଡ। ଜୀବନ୍ତ ଜଳିଗଲେ 63ରୁ ଅଧିକ ଅନ୍ତେବାସୀ।

author-image
Debibandita Barick
Building Cut Fire In South Africa

Building Cut Fire In South Africa

ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗର ଏକ ଆବାସିକ କୋଠାରେ ଭୟାବହ ଅଗ୍ନିକାଣ୍ଡ। 63ରୁ ଅଧିକ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା। ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। 40ରୁ ଅଧିକ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। 

Advertisment

ସୂଚନା ଅନୁସାରେ, ଆଜି ଭୋଅରୁ ସମୟରେ ଏହି ଦୁଃଖଦାୟକ ଘଟଣା ଘଟିଛି। ନିଆଁର ପ୍ରକୋପ ଏତେ ଭୟାନକ ଥିଲା ଯେ, କୋଠାର ଏକାଧିକ ମହଲାକୁ ବ୍ୟାପିଯାଇଥିଲା। ଫଳରେ ଏତେ ସଂଖ୍ୟକ ଲୋକଙ୍କ ଜୀବନ ଚାଲିଯାଇଛି। ଜଣେ ମ୍ୟୁନିସିପାଲିଟି ଅଧିକାରୀ କହିଛନ୍ତି, ତୁରନ୍ତ ଖବର ପାଇ ଜରୁରୀକାଳୀନ ସେବା ଯୋଗାଇ ଦିଆଯାଇଛି। ଆହତ ଓ ଗୁରୁତରଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାରକାରୀ ଟିମ୍ ନିଆଁକୁ ଆୟତ୍ତ କରିଛନ୍ତି। କିନ୍ତୁ ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। 

ଜୋହାନ୍ସବର୍ଗ ଜରୁରୀକାଳୀନ ସେବା ଅଧିକାରୀ ରବର୍ଟ ମୁଲାଉଜୀ କହିଛନ୍ତି, "ମୋର 20 ବର୍ଷର କାର୍ଯ୍ୟକାଳ ମଧ୍ୟରେ ଏପରି ଭୟାବହ ଘଟଣା କେବେ ଦେଖିନଥିଲି। କୋଠାଟି ଏକ ଅନୌପଚାରିକ ଭାବେ ନିର୍ମାଣ କରାଯାଇଥିବାରୁ ବିନା କୌଣସି ଚୁକ୍ତିନାମାରେ ଲୋକେ ରହୁଥିଲେ। ଫଳରେ କେଉଁ ମହଲାରେ କେତେ ସଂଖ୍ୟକ ବ୍ୟକ୍ତି ରହୁଥିଲେ ତାହା ଜାଣିବା କଷ୍ଟକର ହୋଇପଡିଛି। ପାଖାପାଖି 200 ଲୋକେ ରହୁଥିବା ଅନୁମାନ କରାଯାଉଛି।" କେଉଁ କାରଣରୁ ଏତେବଡ ଏକ ଦୁର୍ଘଟଣା ଘଟିଲା ତା'ର କାରଣ ଜଣାପଡି ନାହିଁ। ଅଗ୍ନିକାଣ୍ଡର କ୍ଷୟକ୍ଷତି ମଧ୍ୟ ଆକଳନ କରାଯାଇନଥିବା ରବର୍ଟ ମୁଲାଉଜୀ କହିଛନ୍ତି। 

Advertisment
Fire In South Africa Johannesburg Fire Incident Fire Incident In Resident