Bus
ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୟଙ୍କର ସଡ଼କ ଦୁର୍ଘଟଣା। ଗୁଜରାଟର ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଗୋଟିଏ ବସ୍ ଭାରସାମ୍ୟ ହରାଇ ଖାତକୁ ଖସି ପଡ଼ିଛି। ବର୍ତ୍ତମାନ ସୁଦ୍ଧା ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୭ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ସେହିପରି ବସ୍ ତଳେ କିଛି ଲୋକ ଚାପି ହୋଇ ରହିଥିବା ଆଶଙ୍କାରେ ସ୍ଥାନୀୟ ଲୋକଙ୍କ ସହ ମିଶି ପ୍ରଶାସନ ସର୍ଚ୍ଚ ଅପରେସନ କରୁଛି।
ମିଳିଥିବା ସୂଚନାରେ ଅନୁସାରେ, ବସ୍ଟି ଗଙ୍ଗୋତ୍ରୀରୁ ଫେରୁଥିଲେ। ତାଲିକା ଅନୁସାରେ ଏଥିରେ ୩୫ ଜଣ ଥିଲେ। କିନ୍ତୁ ତାଲିକା ବାହାରେ କିଛି ଲୋକ ବସ୍ରେ ଯାତ୍ରା କରୁଥିବା କଥା କୁହାଯାଉଛି।
ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ବସ୍ଟି ଗୋଟିଏ ଜଙ୍ଗଲ ମଧ୍ୟରେ ପଡ଼ି ରହିଛି। ମୃତାହତମାନେ ମଧ୍ୟ ଏଣେତେଣେ ପଡ଼ି ରହିଛନ୍ତି। ବସ୍ ପାଖରୁ ଉଦ୍ଧାରକାରୀ ଦଳ ସେମାନଙ୍କୁ ବାହାର କରିବାରେ ଲାଗିଛନ୍ତି। ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟାଳୟରେ ଭର୍ତ୍ତି କରାଯାଇଛି।
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ବରିଷ୍ଠ ଅଧିକାରୀମାନଙ୍କ ସହ ଏ ବିଷୟରେ କଥା ହୋଇଛନ୍ତି। ସେ ଉପଯୁକ୍ତ ରିଲିଫ ଓ ରେସ୍କ୍ୟୁ ଅପରେସନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଜିଲ୍ଲା ମାଜିଷ୍ଟ୍ରେଓ ଅଭିଷେକ ରୁହେଲା ଓ ଏସ୍ପି ଅର୍ପଣ ଯୁଦ୍ଧବଂଶୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି। ରିଲଫ କାମ ପାଇଁ ଗୋଟିଏ ହେଲିକପ୍ଟରକୁ ଡେରାଡୁନରେ ରଖାଯାଇଛି।
ବିଗତ କିଛି ଦିନ ହେଲା ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି। ସମ୍ଭବତଃ ଏହି କାରଣ ପାଇଁ ବସ୍ର ଚକା ସ୍ଲିପ କରି ଏହା ନିକଟସ୍ଥ ଖାତକୁ ଖସି ପଡ଼ିଥିବା କୁହାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Bus__1692547745.jpg)