/odisha-reporter/media/post_attachments/uploadimage/library/16_9/16_9_0/Accident_1696153263.jpg)
Accident
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ବଡ଼ଘାଟି ନିକଟସ୍ଥ ହରିଡ଼ାମୂଳ ଛକରେ ଏକ ଅଟୋକୁ ଟ୍ରକ୍ ଧକ୍କା ଦେବାରୁ ୭ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଅଟୋ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି।
Advertisment
ଆହତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୬ ଜଣ ଛାତ୍ରୀ ଥିବା ବେଳେ ଜଣେ ଛାତ୍ର ଅଛନ୍ତି। ସମସ୍ତଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଛାତ୍ରଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ଅଟୋରେ ୭ ଜଣ ଛାତ୍ରଛାତ୍ରୀ କେଶପୁରରୁ ଖଲ୍ଲିକୋଟର ଏକ କୋଚିଂ ସେଣ୍ଟରକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରକ୍ ଧକ୍କାରେ ଅଟୋଟି ରାସ୍ତାରେ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
Advertisment
ଖଲ୍ଲିକୋଟ ଥାନା ପୁଲିସ୍ ଉଭୟ ଟ୍ରକ୍ ଓ ଅଟୋ ଡ୍ରାଇଭରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
