Advertisment

ଘରକୁ ଫେରୁଥିଲେ, ରାସ୍ତାରେ ପିଟିଦେଲା ବସ୍‌

ବସ୍‌ ଧକ୍କାରେ ଅଟୋରେ ବସିଥିବା ୭ ଜଣ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରାଯାଇ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

Auto

Auto

Advertisment

କୁମାରୀବ୍ରତରେ ଭାଗ ନେଇ ଘରକୁ ଫେରୁଥିବା ବେଳେ ବିଚ୍‌ ରାସ୍ତାରେ ପିଟିଦେଲା ବସ୍‌। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନୂଆପଡ଼ା ଦେଇ ଯାଇଥିବା ୩୫୩ ନମ୍ୱର ଜାତୀୟ ରାଜପଥରେ ଘଟିଛି। ବସ୍‌ ଧକ୍କାରେ ୭ ଜଣ ଅଟୋ ଯାତ୍ରୀ ଆହତ ହୋଇଛନ୍ତି।

Advertisment

ନୂଆପଡା ଜିଲ୍ଲା କୋମନା ଥାନା ଧୋର୍ଲାମୁଣ୍ତା ଗାଁର ପ୍ରୀତମ ମାଝିଙ୍କ ଘରେ ଆଜି ହେଉଥିଲା କୁମାରୀବ୍ରତ। ଏଥିରେ ଯୋଗଦେବା ପାଇଁ ତାଙ୍କ ବନ୍ଧୁ ଘର ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା କୁତୁଲାତଲାଇ ଗାଁରୁ ୧୦ ଜଣ ଏକ ଅଟୋରେ ଆସିଥିଲେ। କୁମାରୀବ୍ରତ ସରିବା ପରେ ସମସ୍ତେ ଘରକୁ ଫେରୁଥିଲେ। ଅପରାହ୍ନ ପ୍ରାୟ ଦିନ ୩ଟା ବେଳେ ଘରକୁ ଫେରୁଥିବା ବେଳେ କୋମନା ଥାନା ୩୫୩ ନମ୍ୱର ଜାତୀୟ ରାଜପଥର ଲତାବାଞ୍ଜି ପେଣ୍ତରାବନରେ ଏକ ଯାତ୍ରୀବାହୀ ବସ୍‌ ପଛ ପାର୍ଶ୍ୱରୁ ଅଟୋକୁ ଧକ୍କା ଦେଇଥିଲା।

ବସ୍‌ ଧକ୍କାରେ ଅଟୋରେ ବସିଥିବା ୭ ଜଣ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରାଯାଇ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟିଛୁ। ସେପଟେ ଦୁର୍ଘଟଣାଗ୍ରସ୍ତ ଅଟୋକୁ ପୁଲିସ୍‌ ଉଦ୍ଧାର କରି ତଦନ୍ତ ଚଳାଇଛି।

Advertisment

ରିପୋର୍ଟ- ନୂଆପଡ଼ାରୁ ମାୟାଧର ସରାଫ୍‌

Nuapada Roadaccident Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe