Advertisment

ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା ମାଙ୍କଡ଼; ୭ ଆହତ

ବନ ବିଭାଗ ସହ ନନ୍ଦନକାନନର ଏକ ସ୍ୱତନ୍ତ୍ର ଟିମ୍ ଗାଁରେ ପହଞ୍ଚି ପାଗଳ ମାଙ୍କଡଙ୍କୁ ଟ୍ରାଙ୍କୁଲାଇଜ କରିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Monkey

Monkey

ମାଙ୍କଡ଼ କାମୁଡ଼ାରେ ୭ ଜଣ ଆହତ ହୋଇଛନ୍ତି। କଟକ ଜିଲ୍ଲା  ଖୁଣ୍ଟୁଣୀରେଞ୍ଜଘଣ୍ଟିଖାଲଗାଁରେ ଏପରି ଘଟଣା ଘଟିଛି।  ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  

Advertisment

ଗତ କିଛି ଦିନ ହେବ ଗାଁରେ ପାଗଳ ମାଙ୍କଡ଼ ଆତଙ୍କ ମଚାଉଥିବା ନେଇ ବନ ବିଭାଗକୁ ଖବର ଦେଇଥିଲେ ଗ୍ରାମବାସୀ। ଏଥିସହ ମାଙ୍କଡ଼ ଭୟରେ ଗ୍ରାମବାସୀ ବାହାରକୁ ଯାଇପାରୁ ନଥିଲେ।  ଯାହାକୁ ଦେଖୁଥିଲା ପାଗଳ ମାଙ୍କଡ଼ଟି ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଥିଲା।  ଗ୍ରାମବାସୀ ମାଙ୍କଡ଼ ଉପଦ୍ରବରେ ଅତିଷ୍ଠ ହୋଇପଡ଼ିଥିଲେ। 

ଶେଷରେ ବନ ବିଭାଗ ସହ ନନ୍ଦନକାନନର ଏକ ସ୍ୱତନ୍ତ୍ର ଟିମ୍ ଗାଁରେ ପହଞ୍ଚି ପାଗଳ ମାଙ୍କଡଙ୍କୁ ଟ୍ରାଙ୍କୁଲାଇଜ କରିଛନ୍ତି। ମାଙ୍କଡର ସ୍ୱାସ୍ଥ୍ୟ ପରୀକ୍ଷା ପରେ ସଂରକ୍ଷିତ ଜଙ୍ଗଲରେ ଛଡ଼ାଯିବ ବୋଲି ସୂଚନା ଦେଲେ ଖୁଣ୍ଟୁଣୀ ରେଞ୍ଜର ନୀଳମାଧବ ସାହୁ।

Advertisment
Cuttack Monkey