ମାଙ୍କଡ଼ କାମୁଡ଼ାରେ ୭ ଜଣ ଆହତ ହୋଇଛନ୍ତି। କଟକ ଜିଲ୍ଲା ଖୁଣ୍ଟୁଣୀ ରେଞ୍ଜ ଘଣ୍ଟିଖାଲ ଗାଁରେ ଏପରି ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତ କିଛି ଦିନ ହେବ ଗାଁରେ ପାଗଳ ମାଙ୍କଡ଼ ଆତଙ୍କ ମଚାଉଥିବା ନେଇ ବନ ବିଭାଗକୁ ଖବର ଦେଇଥିଲେ ଗ୍ରାମବାସୀ। ଏଥିସହ ମାଙ୍କଡ଼ ଭୟରେ ଗ୍ରାମବାସୀ ବାହାରକୁ ଯାଇପାରୁ ନଥିଲେ। ଯାହାକୁ ଦେଖୁଥିଲା ପାଗଳ ମାଙ୍କଡ଼ଟି ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଥିଲା। ଗ୍ରାମବାସୀ ମାଙ୍କଡ଼ ଉପଦ୍ରବରେ ଅତିଷ୍ଠ ହୋଇପଡ଼ିଥିଲେ।
ଶେଷରେ ବନ ବିଭାଗ ସହ ନନ୍ଦନକାନନର ଏକ ସ୍ୱତନ୍ତ୍ର ଟିମ୍ ଗାଁରେ ପହଞ୍ଚି ପାଗଳ ମାଙ୍କଡଙ୍କୁ ଟ୍ରାଙ୍କୁଲାଇଜ କରିଛନ୍ତି। ମାଙ୍କଡର ସ୍ୱାସ୍ଥ୍ୟ ପରୀକ୍ଷା ପରେ ସଂରକ୍ଷିତ ଜଙ୍ଗଲରେ ଛଡ଼ାଯିବ ବୋଲି ସୂଚନା ଦେଲେ ଖୁଣ୍ଟୁଣୀ ରେଞ୍ଜର ନୀଳମାଧବ ସାହୁ।