Advertisment

ବୋଲେରୋ-ଟ୍ରକ୍‌ ମୁହାଁମୁହିଁ ଧକ୍କା; ୪ ଗୁରୁତର

ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଛି।

ଅଦ୍ୟତନ ହୋଇଛି
undefined

Accident

Advertisment

କଳାହାଣ୍ଡି ଜିଲ୍ଲା ଏନଏଚ୍‌ ୨୬ ଟିଟିଲାଗଡ଼ ଛକ ନିକଟରେ ଆଜି ଭୋରରୁ ସଡ଼କ ଦୁର୍ଘଟଣା ଘଟିଛି। ବୋଲେରୋ-ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କ ଘର ଛତିଶଗଡ଼ର ବୋଲି ଜଣାଯାଇଛି।

Advertisment

କିଛି ଯୁବକ  ଛତିଶଗଡ଼ରୁ ବୋଲେରୋ ଯୋଗେ ହୀରାକୁଦ ବୁଲିବାକୁ ଆସିଥିଲେ। ଏନଏଚ୍‌ ୨୬ ଟିଟିଲାଗଡ଼ ଛକ ନିକଟରେ ବୀପରିତ ଦିଗରୁ ଆସୁଥିବା ଟ୍ରକ୍ ସହ ବୋଲେରୋର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି। ବୋଲେରୋ ୭ ଜଣ ଥିବା ଜଣାଯାଇଛି। 

Road Accident Kalahandi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe