Advertisment

୩ଟି ଟ୍ରକ ଓ ୪ ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ଲୁହାପଥର ବୋଝେଇ ଟ୍ରକ

ବ୍ରେକ୍ ଫେଲ୍ ହେବା ଯୋଗୁ ଲୁହାପଥର ବୋଝେଇ ଟ୍ରକଟି ଅନ୍ୟ ୩ଟି ଟ୍ରକ ଓ ୪ଟି ବାଇକକୁ ଧକ୍କା ଦେଇଥିବା କୁହାଯାଉଛି।

Accident

Accident

Advertisment

କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଜୁଡ଼ିଆ ଘାଟି ନିକଟ ସାମଲ ମୋଟର ସମ୍ମୁଖରେ ଆଜି ସକାଳେ ସିରିଜ୍ ଦୁର୍ଘଟଣା ଘଟିଛି। ଏକ ଲୁହାପଥର ବୋଝେଇ  ଟ୍ରକ ଦ୍ରୁତଗତିରେ ଆସି ୩ଟି ଟ୍ରକ ଏଵଂ ୪ଟି ବାଇକକୁ ଧକ୍କା ଦେଇଛି। ଦୁର୍ଘଟଣାରେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment

ଆଜି ସକାଳେ ଲୁହାପଥର ବୋଝେଇ ଟ୍ରକଟି  ଦ୍ରୁତଗତିରେ ଆସି ପ୍ରଥମେ ୩ଟି ଟ୍ରକକୁ ଧକ୍କା ଦେଇଥିଲା। ପରେ ୪ ଜଣ ବାଇକ ଆରୋହୀଙ୍କ ଉପରେ ମାଡ଼ି ଯାଇଥିଲା। 

ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି। ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକର ଡ୍ରାଇଭରକୁ ଅଟକ ରଖିବା ସହ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ବ୍ରେକ୍ ଫେଲ୍ ହେବା ଯୋଗୁ ଟ୍ରକଟି ଅନ୍ୟ ୩ଟି ଟ୍ରକ ଓ ୪ଟି ବାଇକକୁ ଧକ୍କା ଦେଇଥିବା କୁହାଯାଉଛି।  ଲୁହାପଥର ବୋଝେଇ ଟ୍ରକଟି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଜଣାପଡ଼ିଛି। 

Advertisment
Roadaccident Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe