Advertisment

ବରଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ: ୭ ମୃତ, ୧୫ ଆହତ

ବସ୍‌ଟି ୪୦ ରୁ ଊର୍ଦ୍ଧ୍ୱ ବରଯାତ୍ରୀଙ୍କୁ ନେଇ କାକିନଡ଼ା ସହରକୁ ଯାଉଥିଲା। ବସ୍‌ଟି ଆନ୍ଧ୍ରପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମର।

Accident

Accident

Advertisment

ଏକ ବରଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୭ ଜଣଙ୍କ ମୃତ୍ୟ ଘଟିଥିବା ବେଳେ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୭ ବର୍ଷର ବାଳକ ଥିବା ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାର ଦର୍ଶି ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।

Advertisment

ବସ୍‌ଟି ୪୦ ରୁ ଊର୍ଦ୍ଧ୍ୱ ବରଯାତ୍ରୀଙ୍କୁ ନେଇ କାକିନଡ଼ା ସହରକୁ ଯାଉଥିଲା। ତେବେ ଦର୍ଶି ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ସାଗର କେନାଲରେ ଖସିପଡ଼ିଥିଲା। 

ଦୁର୍ଘଟଣା ଖବର ପାଇବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲା। ଆହତମାନଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ ଦର୍ଶି ଓ ଓଙ୍ଗୋଲ ସ୍ଥିତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଦୁର୍ଘଟଣାଗ୍ରସ୍ତ ବସ୍‌ଟି ଆନ୍ଧ୍ରପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମର। ବରଯାତ୍ରୀଙ୍କୁ ନେଇ ଯିବାକୁ ବସ୍‌ଟିକୁ ଭଡ଼ା ସୂତ୍ରରେ ନିଆଯାଇଥିଲା।  

ନିକଟରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଏକ ବରଯାତ୍ରୀ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ରାୟଗଡାରୁ ଭୁବନେଶ୍ୱର ଆସୁଥିବା OSRTC ବସ୍ ବରଯାତ୍ରୀ ବସଟିକୁ ଧକ୍କା ଦେବା ଫଳରେ ଏହି ଅଘଟଣ ଘଟିଥିଲା । ଏଥିରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଥିଲେ।

Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe