Advertisment

ଟ୍ରକ୍ ଧକ୍କା ପରେ ଜଳିଗଲା କାର୍; ଗୋଟିଏ ପରିବାରର ୭ ସଦସ୍ୟ ଜୀବନ୍ତ ଦଗ୍ଧ

ମୃତକଙ୍କ ମଧ୍ୟରେ ଦୁଇ ଶିଶୁ ଏବଂ ତିନି ଜଣ ମହିଳା ଥିବା ସୂଚନା...

Accident Spot

Accident Spot

Advertisment

ରାଜସ୍ଥାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ କାରକୁ ଟ୍ରକ୍ ଧକ୍କା ଦେବା ଫଳରେ ଗୋଟିଏ ପରିବାରର ସାତ ଜଣ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଶିଶୁ ଏବଂ ତିନି ଜଣ ମହିଳା ଥିବା ସୂଚନା ମିଳିଛି।

Advertisment

ସୂଚନା ଅନୁସାରେ, କାରରେ ଥିବା ଯାତ୍ରୀମାନେ ଉତ୍ତରପ୍ରଦେଶର ମେରୁଟର ବାସିନ୍ଦା। ସେମାନେ ଗତକାଲି ମଧ୍ୟାହ୍ନରେ ରାଜସ୍ଥାନର ସାଲାସର ବାଲାଜୀ ମନ୍ଦିରରୁ ଫେରୁଥିଲେ। ଏହି ସମୟରେ ରାଜସ୍ଥାନର ସିକର ଜିଲ୍ଲାରେ ଏକ ଟ୍ରକ୍ ସେମାନଙ୍କ କାରକୁ ଧକ୍କା ଦେଇଥିଲା।

ଫଳରେ କାରରେ ନିଆଁ ଲାଗି ଯାଇଥିଲା। ଟ୍ରକରେ କପା ଲୋଡ୍ ହୋଇ ଯାଉଥିବାରୁ କାର୍ ଉପରେ ପଡି ଯାଇଥିଲା। କାରରେ ମଧ୍ୟ LPG କିଟ୍ ଥିବାରୁ ଭୟଙ୍କର ଭାବେ ନିଆଁ ବ୍ୟାପି ଯାଇଥିଲା। ଉପସ୍ଥିତ ଲୋକେ ଏବଂ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ନିଆଁ ଆୟତ୍ତ ହେବା ବେଳକୁ ସାତ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ।

Advertisment

ମୃତକମାନେ ନୀଲମ ଗୋଏଲ (୫୫), ଅଶୁତୋଷ ଗୋଏଲ (୩୫), ମଞ୍ଜୁ ବିନ୍ଦଲ (୫୮), ହାର୍ଦ୍ଦିକ ବିନ୍ଦଲ (୩୭), ସ୍ୱାତୀ ବିନ୍ଦଲ (୩୨) ଏବଂ ଦୁଇ ଜଣ ଶିଶୁ ଅଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମୋର୍ଟମ ପାଇଁ ପଠାଇଛି। 

Road Accident Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe