Advertisment

ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା ପାଗଳ କୁକୁର; ୭ ଆହତ

ଆହତଙ୍କ ମଧ୍ୟରେ ୫ଜଣ ମହିଳା ସହ ଜଣେ ପୁରୁଷ ଓ ଜଣେ ନାବାଳକ ଅଛନ୍ତି।

Dog Attack

Dog Attack

Advertisment

ମର୍ଣ୍ଣିଂ ୱାର୍କ କରୁଥିବା ସମୟରେ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା ପାଗଳ କୁକୁର। କୁକୁର କାମୁଡ଼ାରେ ୭ ଜଣ ଆହତ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ କମର୍ଦା ବଜାରରେ ଏପରି ଘଟଣା ଘଟିଛି।

Advertisment

ସମସ୍ତଙ୍କୁ କମର୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ୫ଜଣ ମହିଳା ସହ ଜଣେ ପୁରୁଷ ଓ ଜଣେ ନାବାଳକ ଅଛନ୍ତି। ସମସ୍ତଙ୍କ ଘର କମର୍ଦା ଓ କାନପୁର ଗ୍ରାମର ବୋଲି ଜଣାପଡ଼ିଛି

ଆଜି ସକାଳେ ଲୋକେମାନେ କମର୍ଦା ବଜାର ନିକଟରେ ମର୍ଣ୍ଣିଂ ୱାର୍କ କରୁଥିଲେ। ଏହି ସମୟରେ ଏକ ପାଗଳ କୁକୁର ଆସି ସମସ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଥିଲା। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କମର୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପାଗଳ କୁକୁର ଭୟରେ କେହି ଭୟରେ ବାହାରକୁ ବାହାରୁ ନାହାନ୍ତି।

Advertisment
Balasore Dog Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe