୫ ବର୍ଷରେ ରାଜ୍ୟରେ ବୁଡ଼ି ମରିଛନ୍ତି ୭୮୭୪, ସାପ କାମୁଡ଼ାରେ ଯାଇଛି ୫୨୧୯ ଜୀବନ

ପାଣିରେ ବୁଡ଼ି ୭୮୭୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରୁ ସର୍ବାଧିକ ହେଉଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ଜିଲ୍ଲା ମୟୂରଭଞ୍ଜର।

Drowning

Representational Image

Jitendra Garnayak
  • Published: Thursday, 28 September 2023
  • Updated: 28 September 2023, 07:17 PM IST

Sports

Latest News

ଗତ ୫ ବର୍ଷରେ (୨୦୧୮-୧୯ରୁ ୨୦୨୨-୨୩) ରାଜ୍ୟରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟରେ ରାଜ୍ୟରେ ୧୬୩୭୨ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ବିଧାନସଭାରେ ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହି ତଥ୍ୟ ପ୍ରଦାନ କରିଛନ୍ତି।

ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ଗତ ୫ ବର୍ଷରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ ୧୬୩୭୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରୁ ନଦୀ, ପୋଖରୀ ଆଦିରେ ବୁଡ଼ି ସର୍ବାଧିକ ୭୮୭୪ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ସାପ କାମୁଡ଼ାରେ ୫୨୧୯ ଜଣଙ୍କ ମୃତ୍ୟୁ ଘଟିଛି।

ଗତ ୫ ବର୍ଷରେ ବଜ୍ରପାତରେ ୨୦୫୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅଗ୍ନିକାଣ୍ଡରେ ୭୫୯, ବାତ୍ୟାରେ ୧୪୦, ଡଙ୍ଗା ବୁଡ଼ିରେ ୪୬, ବନ୍ୟାରେ ୭୩, ଗ୍ରୀଷ୍ମପ୍ରବାହରେ ୧୪୧, ଚକ୍ରବାତରେ ୩୧ ଓ ପ୍ରବଳ ବର୍ଷାରେ ୩୧ ଜଣଙ୍କ ମୃତ୍ୟୁ ଘଟିଛି।

ପାଣିରେ ବୁଡ଼ି ୭୮୭୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରୁ ସର୍ବାଧିକ ହେଉଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ଜିଲ୍ଲା ମୟୂରଭଞ୍ଜର। ଏହି ଜିଲ୍ଲାରୁ ସର୍ବାଧିକ ୬୫୧ ଜଣ ପାଣିରେ ବୁଡ଼ି ଜୀବନ ହରାଇଛନ୍ତି। ସେହିପରି ସାପ କାମୁଡ଼ାରେ ରାଜ୍ୟରେ ଗତ ୫ ବର୍ଷରେ ୫୨୧୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୟୂରଭଞ୍ଚ ଜିଲ୍ଲାରେ ସର୍ବାଧିକ ୪୬୦ ଜଣଙ୍କ ମୃତ୍ୟୁ ଘଟିଛି। ବଜ୍ରପାତ ଓ ଅଗ୍ନିକାଣ୍ଡରେ ମଧ୍ୟ ମୟୂରଭଞ୍ଜ ଜିଲ୍ଲାରେ ଯଥାକ୍ରମେ ସର୍ବାଧିକ ୨୧୦ ଓ ୮୮ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରବଳ ବର୍ଷାରେ ଏହି ଜିଲ୍ଲାରେ ଗତ ୫ ବର୍ଷରେ ସର୍ବାଧିକ ୧୨ ଜଣଙ୍କ ମୃତ୍ୟୁ ଘଟିଛି।

ଗତ ୫ ବର୍ଷରେ ବୁଡ଼ି ଅନୁଗୋଳ ଜିଲ୍ଲାରେ ୨୭୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବଲାଙ୍ଗିରରେ ୧୦୩, ବାଲେଶ୍ୱରରେ ୫୯୨, ବରଗଡ଼ରେ ୧୧୫, ଭଦ୍ରକରେ ୪୦୪, ବୌଦ୍ଧରେ ୧୭, କଟକରେ ୩୬୪, ଦେବଗଡ଼ରେ ୯୭, ଢେଙ୍କନାଳରେ ୩୩୮, ଗଜପତିରେ ୫୨, ଗଞ୍ଜାମରେ ୬୦୫, ଜଗତସିଂହପୁରରେ ୧୫୦, ଯାଜପୁରରେ ୩୭୭, ଝାରସୁଗୁଡ଼ାରେ ୧୪୯, କଳାହାଣ୍ଡିରେ ୧୨୬, କନ୍ଧମାଳରେ ୧୦୯, କେନ୍ଦ୍ରାପଡ଼ାରେ ୩୮୭, କେନ୍ଦୁଝରରେ ୫୪୫, ଖୋର୍ଦ୍ଧାରେ ୨୦୦, କୋରାପୁଟରେ ୩୬୧, ମାଲକାନଗିରିରେ ୨୫୦, ନବରଙ୍ଗପୁରରେ ୨୮୨, ନୟାଗଡ଼ରେ ୧୨୦, ନୂଆପଡ଼ାରେ ୭୭, ପୁରୀରେ ୨୯୫, ରାୟଗଡ଼ାରେ ୬୯, ସମ୍ବଲପୁରରେ ୨୮୯, ସୁବର୍ଣ୍ଣପୁରରେ ୬୮ ଓ ସୁନ୍ଦରଗଡ଼ରେ ୪୦୫ ଜଣଙ୍କର ମୃତ୍ୟୁ ଘଟିଛି।

Also Read

ସେହିପରି ସାପ କାମୁଡ଼ାରେ ଅନୁଗୋଳ ଜିଲ୍ଲାରେ ୨୨୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବଲାଙ୍ଗିରରେ ୧୦୦, ବାଲେଶ୍ୱରରେ ୩୭୮, ବରଗଡ଼ରେ ୧୧୬, ଭଦ୍ରକରେ ୨୨୭, ବୌଦ୍ଧରେ ୫୦, କଟକରେ ୨୪୦, ଦେବଗଡ଼ରେ ୯୯, ଢେଙ୍କନାଳରେ ୨୨୩, ଗଜପତିରେ ୨୫, ଗଞ୍ଜାମରେ ୩୩୫, ଜଗତସିଂହପୁରରେ ୯୩, ଯାଜପୁରରେ ୨୨୧, ଝାରସୁଗୁଡ଼ାରେ ୫୯, କଳାହାଣ୍ଡିରେ ୯୨, କନ୍ଧମାଳରେ ୪୯, କେନ୍ଦ୍ରାପଡ଼ାରେ ୨୫୩, କେନ୍ଦୁଝରରେ ୩୫୨, ଖୋର୍ଦ୍ଧାରେ ୧୨୪, କୋରାପୁଟରେ ୫୪, ମାଲକାନଗିରିରେ ୨୪୧, ନବରଙ୍ଗପୁରରେ ୧୭୭, ନୟାଗଡ଼ରେ ୯୨, ନୂଆପଡ଼ାରେ ୭୨, ପୁରୀରେ ୨୧୬, ରାୟଗଡ଼ାରେ ୩୯, ସମ୍ବଲପୁରରେ ୧୯୨, ସୁବର୍ଣ୍ଣପୁରରେ ୮୨ ଓ ସୁନ୍ଦରଗଡ଼ରେ ୩୨୫ ଜଣଙ୍କର ମୃତ୍ୟୁ ଘଟିଛି।

ବଜ୍ରପାତରେ ଅନୁଗୋଳ ଜିଲ୍ଲାରେ ୬୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବଲାଙ୍ଗିରରେ ୬୯, ବାଲେଶ୍ୱରରେ ୧୪୫, ବରଗଡ଼ରେ ୬୯, ଭଦ୍ରକରେ ୬୫, ବୌଦ୍ଧରେ ୧୫, କଟକରେ ୧୦୨, ଦେବଗଡ଼ରେ ୧୯, ଢେଙ୍କନାଳରେ ୮୭, ଗଜପତିରେ ୧୭, ଗଞ୍ଜାମରେ ୧୫୩, ଜଗତସିଂହପୁରରେ ୩୬, ଯାଜପୁରରେ ୭୭, ଝାରସୁଗୁଡ଼ାରେ ୩୨, କଳାହାଣ୍ଡିରେ ୪୩, କନ୍ଧମାଳରେ ୨୦, କେନ୍ଦ୍ରାପଡ଼ାରେ ୭୧, କେନ୍ଦୁଝରରେ ୧୫୨, ଖୋର୍ଦ୍ଧାରେ ୬୨, କୋରାପୁଟରେ ୮୨, ମାଲକାନଗିରିରେ ୩୧, ନବରଙ୍ଗପୁରରେ ୮୯, ନୟାଗଡ଼ରେ ୩୪, ନୂଆପଡ଼ାରେ ୩୯, ପୁରୀରେ ୫୨, ରାୟଗଡ଼ାରେ ୪୫, ସମ୍ବଲପୁରରେ ୪୫, ସୁବର୍ଣ୍ଣପୁରରେ ୨୬ ଓ ସୁନ୍ଦରଗଡ଼ରେ ୧୦୨ ଜଣଙ୍କର ମୃତ୍ୟୁ ଘଟିଛି।

ବାତ୍ୟାରେ ଗତ ୫ ବର୍ଷରେ ଗଜପତି ଜିଲ୍ଲାରେ ସର୍ବାଧିକ ୪୮ ଜଣଙ୍କ ମୃତ୍ୟୁ ଘଟିଥିଳା ବେଳେ ପୁରୀରେ ୪୪, ଗଞ୍ଜାମରେ ୧୮, କଟକରେ ୬, ମୟୂରଭଞ୍ଜରେ ୬, କେନ୍ଦ୍ରାପଡ଼ାରେ ୪, ଖୋର୍ଦ୍ଧାରେ ୪, ଯାଜପୁରରେ ୩, କନ୍ଧମାଳରେ ୨, କେନ୍ଦୁଝରରେ ୨, ନୟାଗଡ଼ରେ ଜଣେ, ଓ ଅନୁଗୋଳରେ ଜଣେ ପ୍ରାଣ ହରାଇଛନ୍ତି।

ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରାଣ ହରାଉଥିବା ଲୋକଙ୍କ ପରିବାରକୁ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠିର ସର୍ତ୍ତ ଓ ନିୟମାବଳୀ ଅନୁଯାୟୀ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଉଛି। ଅଂଶୁଘାତ ଜନିତ ମୃତ୍ୟୁ ପାଇଁ ୫୦ ହଜାର ଟଙ୍କା ଓ ଅନ୍ୟାନ୍ୟ ବିପର୍ଯ୍ୟ ଜନିତ ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ଯୋଗାଇ ଦିଆଯାଉଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଆଜି ବିଧାନସଭାରେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story