Advertisment

Accident: ବ୍ରିଜରେ ୬ଟି ଗାଡ଼ିକୁ ଧକ୍କା ଦେଲା ଟ୍ରକ୍‌: ୮ ଜୀବନ୍ତ ଦଗ୍ଧ

ପୋଡ଼ି ହୋଇ ଘଟଣା ସ୍ଥଳରେ ହିଁ ୮ ଜଣ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକରେ ଫସି ରହିଥିବା ଅନ୍ୟ ୧୫ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି।

Accident

ଦୁର୍ଘଟଣା

Advertisment

ମହାରାଷ୍ଟ୍ରର ପୁଣେରେ ଭୟଙ୍କର ଦୁର୍ଘଟଣା। ପୁଣେ(Pune)j ଗୋଟିଏ ବ୍ରିଜରେ ମାଲବାହୀ ଟ୍ରକ୍‌ ଘଟଣାଇଛି ସିରିଜ ଦୁର୍ଘଟଣା। ଟ୍ରକଟି ୬ଟି ଗାଡ଼ିକୁ ଧକ୍କା(Accident) ଦେବାରୁ ୮ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ସେହିପରି ଆଉ ୧୫ ଜଣ ଅତି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ମୃତ୍ୟୁସଂଖ୍ୟା ଆଗକୁ ବଢ଼ିବାର ଆଶଙ୍କା ରହିଛି। 

Advertisment

ପୂରା ଘଟଣା ବେଙ୍ଗାଲୁରୁ-ମୁମ୍ବାଇ ଜାତୀୟ ରାଜପଥ ୪ରେ ଘଟିଛି। ବ୍ରିଜ ଅତିକ୍ରମ କରୁଥିବା ମାଲବୋଝେ ଟ୍ରକ୍‌ର ବ୍ରେକ୍‌ ହଠାତ୍‌ ଫେଲ ମାରିଥିଲା। ଫଳରେ ସାମ୍ନାରେ ଯାଉଥିବା ୬ଟି ଗାଡ଼ି ଉପରେ ଟ୍ରକଟି ମାଡ଼ି ଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଧକ୍କା ହେବା ପରେ ଏକାଧିକ ଗାଡ଼ିରେ ଲାଗି ଯାଇଥିଲା ନିଆଁ।

ଫଳଳରେ ଏଥିରେ ପୋଡ଼ି ହୋଇ ଘଟଣା ସ୍ଥଳରେ ହିଁ ୮ ଜଣ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକରେ ଫସି ରହିଥିବା ଅନ୍ୟ ୧୫ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି। 

Advertisment

ଜଣେ ଅଧିକାରୀଙ୍କ କହିବା କଥା ଯେ ଘଟଣା ସମ୍ପର୍କରେ ଖବର ମିଳିବା ପରେ ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚିଥିଲେ। ସେମାନେ ନିଆଁକୁ ଆୟତ୍ତ କରିବା ସହ ଲୋକଙ୍କୁ ଉଦ୍ଧାର କରିଥିଲେ। ବ୍ରିଜ ରାସ୍ତା ଉପରେ ଘଟଣା ଘଟିଥିବାରୁ ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ି ଅଟକି ରହିଥିଲା ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ସ୍ୱାଭାବିକ କରିଥିଲା। ଏବେ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ବ୍ରିଜ୍‌ରୁ ହଟା ଯାଉଥିବା ସେ କହିଛନ୍ତି। 

ଟ୍ରକ୍‌ ଧକ୍କାରେ ଗୋଟିଏ ଟ୍ରକ ଓ ଏକାଧିକ କାର୍‌ କ୍ଷତିଗ୍ରସ୍ତ ହୋଇଛି। ସେହିପରି ଗୋଟିଏ ବାଇକ ମଧ୍ୟ କାର୍‌ ଓ ଟ୍ରକ୍‌ ମଧ୍ୟରେ ଚାପି ହୋଇ ଯାଇଥିଲା। ପୋଡ଼ି ହୋଇ ୮ ଜଣ ପ୍ରାଣ ହରାଇଥିବାରୁ ସେମାନଙ୍କ ପରିଚୟ ମିଳିପାରି ନାହିଁ। ଡିଏନଏ ନମୁନା ଦ୍ୱାରା ମୃତକଙ୍କ ପରିଚୟ ଠାବ କରିବାକୁ ପ୍ରୟାସ ଚାଲିଛି। ଅନେକ ଲୋକ ନିଜ ପ୍ରିୟଜନଙ୍କୁ ହସ୍ପିଟାଲରେ ଖୋଜୁଥିବା ମଧ୍ୟ ଦେଖିବାକୁ ମିଳିଛି। 

Accident Pune
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe