Advertisment

ହୋଲି ଅଘଟଣ : ପାଣିରେ ବୁଡ଼ି ୮ ମୃତ

ପାରାଦୀପ ଲକ୍ ଥାନା କତକୁଲା ଗାଁରେ ମଧ୍ୟ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ଗଂଜାମ ଚମାଖଣ୍ଡି ବାସନାପୁଟି ଗାଁରେ ଜଣକର ମୃତ୍ୟୁ ହୋଇଛି।

author-image
Biswajit Samal
Holi

Holi

ହୋଲିରେ ରଙ୍ଗ ଖେଳିବା ପରେ ଗାଧୋଇବା ବେଳେ ପାଣିରେ ବୁଡ଼ି ବିଭିନ୍ନ ସ୍ଥାନରେ ୮ ଜଣଙ୍କ ମୃତ୍ୟୁ ହୋଇଛି।

Advertisment

କଟକ ବାରଙ୍ଗ ପୁରୀ ମେନ୍ କେନାଲ ପଞ୍ଚୁପାଳ ଗାଁ ନିକଟରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର। ରଙ୍ଗ ଖେଳ ପରେ ଗାଧୋଉଥିବା ବେଳେ ଦୁଇ ଜଣ ବୁଡ଼ି ଯାଇଥିଲେ। ଜଣକୁ ଉଦ୍ଧାର କରାଯାଇଥିବା ବେଳେ ଏହି ଛାତ୍ର ଜଣକର ମୃତଦେହ ଉଦ୍ଧାର ହୋଇଛି।

ସେହିପରି ସମ୍ବଲପୁର ଚାଉଁରପୁର ପାୱାର ଚ୍ୟାନେଲ କେନାଲରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱର ପୁଲିସ କଲୋନି ପୋଖରୀରେ ବୁଡ଼ି ଜଣେ ନାବାଳଙ୍କ ଜୀବନ ଯାଇଛି। ବାଲେଶ୍ୱର ଜିଲ୍ଲା ସୋର ଥାନା ଦହିସଡ଼ା ଗାଁ ପୋଖରୀରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ ସାଲେପୁର କରମୁଆଁ ଗାଁରେ ଜଣେ ଯୁବକ ବୁଡ଼ି ଯାଇଛନ୍ତି। ନିଶ୍ଚିନ୍ତକୋଇଲି ଲୁଣା ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି ଜଣେ ଯୁବକ। ପାରାଦୀପ ଲକ୍ ଥାନା କତକୁଲା ଗାଁରେ ମଧ୍ୟ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ଗଂଜାମ ଚମାଖଣ୍ଡି ବାସନାପୁଟି ଗାଁରେ ଜଣକର ମୃତ୍ୟୁ ହୋଇଛି।

Advertisment
Holi Death