Advertisment

ଟ୍ରକକୁ ପିଟିଲା ସରକାରୀ ବସ୍‌, ଚାଲିଗଲା ୮ ଜଣଙ୍କ ଜୀବନ

ଆନ୍ଧ୍ର ପ୍ରଦେଶ ଆଞ୍ଚଳିକ ରାଜ୍ୟ ପରିବହନ ନିଗମର ବସ୍‌ର ଲୋକଙ୍କୁ ନେଇ ତିରୁପତିରୁ ବେଙ୍ଗାଲୁରୁ ଯାଉଥିଲା।

author-image
Hemant Lenka
Andhra

Andhra

ଆନ୍ଧ୍ର ପ୍ରଦେଶର ଚିତ୍ତୋର ଜିଲ୍ଲାରେ ଘଟିଛି ଭୟଙ୍କର ଦୁର୍ଘଟଣା। ଟ୍ରକକୁ ପିଟିଛି ଗୋଟିଏ ସରକାରୀ ବସ୍‌। ଏଥିଯୋଗୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୩ ଜଣ ଆହତ ହୋଇଛନ୍ତି।

Advertisment

ଆନ୍ଧ୍ର ପ୍ରଦେଶ ଆଞ୍ଚଳିକ ରାଜ୍ୟ ପରିବହନ ନିଗମର ବସ୍‌ର ଲୋକଙ୍କୁ ନେଇ ତିରୁପତିରୁ ବେଙ୍ଗାଲୁରୁ ଯାଉଥିଲା। ତେବେ ଚିତ୍ତୋର-ବେଙ୍ଗାଲୁରୁ ଜାତୀୟ ରାଜପଥର ମୋଗିଲି ଘାଟ ନିକଟରେ ବସ୍‌ଟି ଗୋଟି ମାଲ ବୋଝେଇ ଟ୍ରକ୍‌କୁ ଧକ୍କା ଦେଇଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସଟିର ସାମ୍ନା ଭାଗ ପୂରା ଛିନଛତ୍ର ହୋଇଯାଇଛି। ସେହିପରି ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ପୁଲିସ୍‌ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲା। ଆହତମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବାର ବ୍ୟବସ୍ଥା କରାଯାଇଥିଲା। 

Advertisment

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତାହତଙ୍କ ପରିବାର ଲୋକଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ସେ ଘଟଣାର ସମୀକ୍ଷା କରିଛନ୍ତି ଓ ଆହତଙ୍କୁ ଯୋଗାଇ ଦିଆଯାଇଥିବା ମେଡିକାଲ ଚିକିତ୍ସା କଥା ପଚାରି ବୁଝିଛନ୍ତି।

ଚିତ୍ତୋର ଜିଲ୍ଲାପାଳ ସୁମିତ କୁମାର କହିଛନ୍ତି, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କ ପାଇଁ ସରକାର ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।

Accident Andhra Pradesh