Advertisment

ରଥ ଯାତ୍ରା ଦେଖି ଫେରୁଥିଲେ ଗୋଟିଏ ପରିବାର; ବାଟରେ ଘଟିଲା ଦୁର୍ଘଟଣା

ଗତକାଲି ରଥଯାତ୍ରା ଦେଖିବା ପାଇଁ କଦଳୀଗଡ ପଞ୍ଚାୟତ ତନ୍ତଗାଡ ଗାଁର ଗୋଟିଏ ପରିବାରରେ ୧୦ ଜଣ ଅଟୋ ଯୋଗେ ରେଢ଼ାଖୋଲ ଆସିଥିଲେ।

 Accident

Accident

Advertisment

ରଥ ଯାତ୍ରା ଦେଖି ଅଟୋ ଯୋଗେ ଘରକୁ ଫେରୁଥିଲେ। ବାଟରେ କାର୍‌ ସହ ଅଟୋର ମୁହାଁମୁହିଁ ଧକ୍କା ହେବାରୁ ୮ ଜଣ ଆହତ ହୋଇଛନ୍ତି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ- ବଉଦ ରାସ୍ତାର ସୁଣ୍ଡିମୁଣ୍ଡା ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଗତକାଲି ରଥଯାତ୍ରା ଦେଖିବା ପାଇଁ କଦଳୀଗଡ ପଞ୍ଚାୟତ ତନ୍ତଗାଡ ଗାଁର ଗୋଟିଏ ପରିବାରରେ ୧୦ ଜଣ ଅଟୋ ଯୋଗେ ରେଢ଼ାଖୋଲ ଆସିଥିଲେ।  ରାତିରେ ରଥଯାତ୍ରା ଦେଖି ଘରକୁ ଫେରିଲା ବେଳେ ରେଢ଼ାଖୋଲ - ବଉଦ ରାସ୍ତା ନିକଟରେ ଅଟୋ ସହ କାର୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ୮ ଜଣ ଆହତ ହୋଇଥିଲେ। ଆହତମାନଙ୍କ ମଧ୍ୟରେ ୪ ଜଣ ଶିଶୁ , ଦୁଇ ଜଣ ମହିଳା , ଓଟୋ ଓ କାର ଡ୍ରାଇଭର ଥିବା ଜଣାଯାଇଛି।

କାର ଡ୍ରାଇଭର ଓ ଅଟୋରେ ଥିବା ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତମାନଙ୍କୁ ରେଢ଼ାଖୋଲ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Sambalpur Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe