Advertisment

ଟ୍ରକରେ ପିଟି ହେଲା ୪୦ ଜଣଙ୍କୁ ନେଇ ଯାଉଥିବା ବସ୍‌, ଚାଲିଗଲା ୮ ଜଣଙ୍କ ଜୀବନ

ଦୁର୍ଘଟଣାରେ ୮ ଜଣ ପ୍ରାଣ ହରାଇଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

accident

accident

Advertisment

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ଘଟିଛି ଭୟଙ୍କର ଦୁର୍ଘଟଣା। ୪୦ ଜଣଙ୍କୁ ନେଇ ଯାଉଥିବା ଗୋଟିଏ ସ୍ଲିପର କୋଚ ବସ୍‌ ଓ ଟ୍ରକ ମଧ୍ୟରେ ହୋଇଛି ଧକ୍କା। କନୌଜ ଜିଲ୍ଲା ଅଉରାଇୟା ସୀମାରେ ଘଟିଥିବା ଏହି ଦୁର୍ଘଟଣାରେ ୮ ଜଣ ପ୍ରାଣ ହରାଇଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।

Advertisment

ଶୁକ୍ରବାର ଭୋର ସମୟରେ ବସ୍‌ଟି ୪୦ ଜଣଙ୍କୁ ନେଇ ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିଲା। ହେଲେ ଏକ୍ସପ୍ରେସ ୱେରେ ଘଟିଥିଲା ଅଘଟଣା। ବସ୍‌ଟି ଗୋଟିଏ ଟ୍ରକ ସହ ଫୁଲ ସ୍ପିଡରେ ଧକ୍କା ହୋଇଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍‌ର ସାମ୍ନା ପଟ ସଂପୂର୍ଣ୍ଣ ଭାବେ ଛିନଛତ୍ର ହୋଇଯାଇଛି। ଦୁର୍ଘଟଣା ସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ସୈଫାଇ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Advertisment

ଜିଲ୍ଲା ମାଜିଷ୍ଟ୍ରେଟ ଓ ଏସ୍‌ପିଙ୍କ ସମେତ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେମାନେ ଦୁର୍ଘଟଣାଗ୍ରସ୍ତ ବସ୍‌ ଭିତରୁ ମୃତାହତଙ୍କୁ ବାହାରି କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଏଯାଏ କେଉଁ ଭଳି ପରିସ୍ଥିତିରେ ଦୁର୍ଘଟଣା ଘଟିଲା, ସେକଥା ଜଣାପଡ଼ିନି।

Accident Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe