Advertisment

ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ୍; ୮ ଗୁରୁତର

ଶ୍ରମିକମାନେ କାମ କରୁଥିବା ସମୟରେ ଷ୍ଟିଲ୍‌ ପ୍ଲାଣ୍ଟର ୫ନଂ ବ୍ଲାଷ୍ଟ ଫର୍ଣ୍ଣେସରେ ବିଷାକ୍ତ କାର୍ବନ ମନୋକ୍ସାଇଡ୍‌ ଗ୍ୟାସ୍‌ ଲିକ୍ ହୋଇଥିଲା।

ଅଦ୍ୟତନ ହୋଇଛି
Gas leakage

Gas leakage

Advertisment

ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ୫ନଂ ବ୍ଲାଷ୍ଟ ଫର୍ଣ୍ଣେସରେ ଅଘଟଣ ଘଟିଛି। ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ୍ ହେବା ଯୋଗୁ ୮ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତର ଶ୍ରମିକଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତେ ଆଇସିୟୁରେ ଥିବା ଜଣାଯାଇଛି। 

Advertisment

 ଶ୍ରମିକମାନେ କାମ କରୁଥିବା ସମୟରେ ଷ୍ଟିଲ୍‌ ପ୍ଲାଣ୍ଟର ୫ନଂ ବ୍ଲାଷ୍ଟ ଫର୍ଣ୍ଣେସରେ ବିଷାକ୍ତ କାର୍ବନ ମନୋକ୍ସାଇଡ୍‌ ଗ୍ୟାସ୍‌ ଲିକ୍ ହୋଇଥିଲା। ବିଷାକ୍ତ ଗ୍ୟାସରେ ଶ୍ୱାସ ରୁଦ୍ଧ ହୋଇ  ୮ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି।

ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ଗ୍ୟାସ ଲିକ୍‌ ଘଟଣା ପ୍ରଥମ ନୁହେଁ। ବାରମ୍ବାର ଷ୍ଟିଲ୍‌ ପ୍ଲାଣ୍ଟରେ ଗ୍ୟାସ ଲିକ୍‌ ହୋଇ ଅନେକ ଶ୍ରମିକ ଗୁରୁତର ଆହତ ହୋଇଥିବା ବେଳେ କେତେ ଜଣ ଶ୍ରମିକଙ୍କ ଜୀବନ ଯାଇଛି। ଏହାସତ୍ତ୍ୱେ ବି ପ୍ଲାଣ୍ଟ କର୍ତ୍ତୃପକ୍ଷ ଶ୍ରମିକଙ୍କ ନିରାପତ୍ତା ନେଇ କୌଣସି ପଦକ୍ଷେପ  ଗ୍ରହଣ କରିନଥିବା ଅଭିଯୋଗ ହୋଇଛି।  ତେବେ ଆଜି ଏହି ଅଘଟଣ ପରେ ପ୍ଲାଣ୍ଟ କର୍ତ୍ତୃପକ୍ଷ  ପ୍ରତିକ୍ରିୟା ରଖି ନାହାନ୍ତି।

Advertisment
Rourkela
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe