ପାଗଳା କୁକୁର ଆତଙ୍କ, ୮ ଗୁରୁତର

କୁକୁର କାମୁଡ଼ାରେ ୮ ଜଣ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି।

Representational Image

  • Published: Thursday, 25 July 2024
  • , Updated: 25 July 2024, 12:30 PM IST

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଭିସ୍ମଗିରି ପଞ୍ଚାୟତରେ ଆତଙ୍କ ଖେଳାଇଛି ପାଗଳ କୁକୁର । ଗାଁକୁ ଗାଁ ବୁଲି ଗୋଡ଼ାଇ ଗୋଡ଼ାଇ ଲୋକଙ୍କୁ କାମୁଡ଼ୁଛି। କୁକୁର କାମୁଡ଼ାରେ ୮ ଜଣ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି।

ଭିସ୍ମଗିରି ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମରେ ଗୋଟିଏ ପାଗଳ କୁକୁରଟି ଆତଙ୍କ ଖେଲାଇଛି। ସେ ଗୋଡ଼ାଇ ଗୋଡ଼ାଇ ୮ ଜଣଙ୍କୁ କାମୁଡି ଦେଇଥିବା ବେଳେ ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। କୁକୁରଟି କାହାର ହାତ ତ କାହାର ଗୋଡ଼କୁ କାମୁଡ଼ି ଦେଇଛି।

ଗୁରୁତରମାନଙ୍କୁ ପ୍ରଥମେ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି। ଲୋକେ ଭୟରେ ଘରୁ ବାହାରୁ ନ ଥିବା ବେଳେ ପିଲାମାନଙ୍କୁ ବି ବାହାରକୁ ଛାଡ଼ୁ ନାହାନ୍ତି। ତୁରନ୍ତ ପାଗଳା କୁକୁରକୁ କାବୁ କରିବାକୁ ସାଧାରଣରେ ଦାବି ହେଉଛି।

Related story