Advertisment

ପରୀକ୍ଷା କେନ୍ଦ୍ରକୁ ଯାଉଥିଲା, ମଝି ରାସ୍ତାରେ ଓଲଟିଲା ବୋଲେରୋ

ରାଇଘରରେ ଏକ ଘରୋଇ ବିଦ୍ୟାଳୟର ୮ ଛାତ୍ରୀ ବୋଲେରୋରେ ଉମରକୋଟ ସ୍ଥିତ ପରୀକ୍ଷା କେନ୍ଦ୍ରକୁ ଯାଉଥିଲେ। ତେବେ ବୋଲେରୋଟି ଜାମଦୋରା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

author-image
Manoranjan Sial
Accident

Accident

ପରୀକ୍ଷା କେନ୍ଦ୍ରକୁ ଯାଉଥିଲା ବେଳେ ମଝି ରାସ୍ତାରେ ଓଲଟି ପଡ଼ିଲା ବୋଲେରୋ। ଦୁର୍ଘଟଣାରେ ୮ ଜଣ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳରେ ଘଟିଛି।

Advertisment

ଏବେ ICSEର ମାଟ୍ରିକ ପରୀକ୍ଷା ଚାଲିଛି। ତେଣୁ ରାଇଘରରେ ଏକ ଘରୋଇ ବିଦ୍ୟାଳୟର ୮ ଛାତ୍ରୀ ବୋଲେରୋରେ ଉମରକୋଟ ସ୍ଥିତ ପରୀକ୍ଷା କେନ୍ଦ୍ରକୁ ଯାଉଥିଲେ। ତେବେ ବୋଲେରୋଟି ଜାମଦୋରା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରାସ୍ତା ଉପରେ ଗାଡ଼ିଟି ଓଲଟି ପଡ଼ିଥିଲା। ଏଥିରେ ୮ ଜଣ ଛାତ୍ରୀ ଆହତ ହୋଇଥିଲେ। ସମସ୍ତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାରେ ଭର୍ତ୍ତି କରାଯାଇଥିଲା। ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟଣା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।

ଖବର ପାଇ ରାଇଘର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ଥ ଗାଡିଟିକୁ ରାସ୍ତାରୁ ହଟାଇବା ସହିତ ଜବତ କରିଛି। ଏ ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ କିମ୍ବା ପୁଲିସ କୌଣସି ପ୍ରତିକ୍ରୟା ମିଳିପାରି ନାହିଁ।

Advertisment

ରିପୋର୍ଟ- ଉମରକୋଟରୁ କାର୍ତ୍ତିକ ମଲ୍ଲିକ

Accident Roadaccident Nabarangpur