/odisha-reporter/media/post_attachments/uploadimage/library/16_9/16_9_0/Crocodile_1719652528.jpg)
Crocodile
ମହାନଦୀ କୂଳରେ ଖେଳୁଥିବା ସମୟରେ ଜଣେ ୮ ବର୍ଷର ବାଳକଙ୍କୁ ଟାଣିନେଲା କୁମ୍ଭୀର। ଏହି ଦୁଃଖଦ ଘଟଣା ଘଟିଛି ଅନୁଗୋଳ ଜିଲ୍ଲାର ସାତକୋଶିଆ ଗଣ୍ଡ ନିକଟ ଟିକରପଡ଼ା ଗାଁରେ। ମୃତ ନାବାଳକଙ୍କ ନାଁ ସମୀର ନାଏକ। ତାଙ୍କ ଘର ଟିକରପଡ଼ା ଘାଟସାହିରେ। ତାଙ୍କ ବାପାଙ୍କ ନାଁ ସୁରେଶ ନାଏକ।
Advertisment
ଏହି ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ପିଲାଟିକୁ ମହାନଦୀରେ ଖୋଜାଖୋଜି କରିଥିଲେ। ଖୋଜାଖୋଜି କରିବାର କିଛି ସମୟ ପରେ ନଦୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପିଲାଟିର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।
ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ତା’ ସହିତ ସେ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ମୃତ ନାବାଳକ ସମୀର ନାଏକଙ୍କ ନିକଟତମ ଆତ୍ମୀୟଙ୍କୁ ୬ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
