Advertisment

ବନ୍ୟା ପାଣିରେ ଭାସି ଯାଇଥିଲେ କୁନି ପୁଅ, ଆଜି ମିଳିଲା ମୃତଦେହ

ଚାରି ଆଡ଼େ ଅଣ୍ଟେ ଉଚ୍ଚର ବନ୍ୟା ପାଣି ଜମି ରହିଥିବାରୁ ଆକାଶଙ୍କ ମୃତଦେହ ଗାଁକୁ ଆଣିବା ପାଇଁ ବୋଟ୍‌ର ସହାୟତା ଲୋଡ଼ିଥିଲେ। ହେଲେ କେହି ସହାୟତା ଦେଇନଥିଲେ।

author-image
Manoranjan Sial
Bhadrak

Bhadrak

ବନ୍ୟା ପାଣି ଭାସି ଯାଇଥିଲେ କୁନି ପୁଅ। ବନ୍ୟାର ଆଁ’ ଭିତରୁ ଆଜି ମିଳିଲା ମୃତଦେହ। ଭଦ୍ରକ ଜିଲ୍ଲାରୁ ଆସିଛି ଏପରି ଖବର। ଚାରିଆଡ଼େ ଅଣ୍ଟାଏ ଅଣ୍ଟାଏ ପାଣି ଜମିଥିବାରୁ ମୃତଦେହ ଆଣିବା ପାଇଁ ପରିବାର ଲୋକଙ୍କୁ ନାକେଦମ୍‌ ହେବାକୁ ପଡ଼ିଛି।

Advertisment

ଧାମନଗର ବ୍ଲକ୍‌ ଖଡ଼ିପଦା ପଞ୍ଚାୟତର କାଞ୍ଜିଆପାଳ ଗାଁର ସୁଜୟ ଦାସଙ୍କ ୮ ବର୍ଷର ପୁଅ ଆକାଶ ଦାସ ଗୁରୁବାର ବନ୍ୟା ଜଳରେ ଭାସି ଯାଇଥିଲେ। ଗାଁ ଲୋକେ ବହୁ ସମୟ ଖୋଜାଖୋଜି କରିଲେ ମଧ୍ୟ ପାଇନଥିଲେ। ଆଜି ସକାଳେ ଗାଁଠାରୁ ଦେଢ଼ କିମି ଦୂରରେ ଆକାଶଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା।

ଚାରି ଆଡ଼େ ଅଣ୍ଟେ ଉଚ୍ଚର ବନ୍ୟା ପାଣି ଜମି ରହିଥିବାରୁ ଆକାଶଙ୍କ ମୃତଦେହ ଗାଁକୁ ଆଣିବା ପାଇଁ ବୋଟ୍‌ର ସହାୟତା ଲୋଡ଼ିଥିଲେ। ହେଲେ କେହି ସହାୟତା ଦେଇନଥିଲେ। ଶେଷରେ ଗାଁ ଲୋକଙ୍କ ସହାୟତାରେ ପରିବାର ଲୋକ ଅଣ୍ଟେ ପାଣିରେ ଯାଇ ଅଖାରେ ଭର୍ତ୍ତି କରି ମୃତଦେହକୁ ଖଡ଼ିପଦା ଛକକୁ ଆଣିଥିଲେ। ସେଠାରେ ଘଣ୍ଟାଏ କାଳ ଅପେକ୍ଷା କରିଥିଲେ। ହେଲେ ବୋଟ୍ ଆସିନଥିଲା।

Advertisment

ଏନେଇ ପରିବାର ଲୋକ ଧାମନଗର ଥାନାକୁ ଖବର ଦେଇଥିଲେ। ପରେ ଏକ ଶବ ବାହକ ଗାଡ଼ି ମୃତଦେହକୁ ଭଦ୍ରକ ନେଇଥିଲେ। ସେଠାରେ ଶବବ୍ୟବଚ୍ଛେଦ କରାଯିବ।

ରିପୋର୍ଟ- ଭଦ୍ରକରୁ ପାର୍ଥସାରଥୀ ନାୟକ

Flood In Odisha Bhadrak News Bhadrak