Advertisment

ଝିଅ ଘରୁ ଫେରୁଥିଲେ; ପରିତ୍ୟକ୍ତ ବୋରୱେଲରେ ଖସିପଡ଼ିଲେ ବୃଦ୍ଧା

ଗତକାଲି ରାତିରେ ବୃଦ୍ଧା ଜଣଙ୍କ ବନ୍ଧୁ ଘରୁ ନିଜ ଘରକୁ ଫେରୁଥିଲେ।

ଅଦ୍ୟତନ ହୋଇଛି
sonepur

sonepur

Advertisment

ଝିଅ ଘରୁ ନିଜ ଘରକୁ ଫେରିଲା ବେଳେ ପରିତ୍ୟକ୍ତ ବୋରୱେଲରେ ଖସି ପଡ଼ିଲେ ବୃଦ୍ଧା। ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛି। ଏପରି ଅଘଟଣ ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର-ବୁର୍ଡା ରାସ୍ତାର କଇଁଫୁଲ ଗାଁରେ। ବୃଦ୍ଧାଙ୍କ ବୟସ ୮୦ ବର୍ଷ ହେବ। 

Advertisment

ଗତକାଲି ରାତିରେ ବୃଦ୍ଧା ଜଣଙ୍କ  ଝିଅ ଘରୁ ନିଜ ଘରକୁ ଫେରୁଥିଲେ। ଅସାବଧାନତା କାରଣରୁ  ବୃଦ୍ଧା ଜଣଙ୍କ ପ୍ରାୟ ୨୦ ଫୁଟର ପରିତ୍ୟକ୍ତ ବୋରୱେଲ ଗାତରେ ଖସି ପଡ଼ିଥିଲେ।  ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗାତ ଭିତରୁ ବୃଦ୍ଧାଙ୍କୁ ବାହାର କରିବାକୁ ଉଦ୍ୟମ ଜାରି ରଖିଛି। ଅନ୍ୟପକ୍ଷରେ  SRCଙ୍କ ନିର୍ଦ୍ଦେଶ କ୍ରମେ ବୃଦ୍ଧାଙ୍କୁ ଉଦ୍ଧାର କରିବା ପାଇଁ  ୪୨ ଜଣିଆ NDRF ଟିମ୍‌ ମୁଣ୍ଡଳିରୁ ଯାଇଛନ୍ତି। ଛତିଶଗଡ଼ରେ ଏହି ଟିମ୍ ‘ଅପରେସନ ରାହୁଲ’ରେ ସାମିଲ ଥିଲେ। ଏହାସହ ବୌଦ୍ଧର ଓଡ୍ରାଫ୍ ଟିମ୍ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ୍ ହୋଇଛନ୍ତି।

ଆସିଷ୍ଟାଣ୍ଡ ଫାୟାର ଅଫିସର ଧନଞ୍ଜୟ ମଲ୍ଲିକ କହିଛନ୍ତି, ବୃଦ୍ଧାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି। ଗାତ ଭିତକୁ  ପାଇପ୍‌ ଯୋଗେ ଅକ୍ସିଜନ ସପ୍ଲାଏ କରାଯାଉଛି। ଦୁଇଟି ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।  ଆଉ ଗୋଟିଏ ଟିମ୍‌ ଆସୁଛନ୍ତି। 

Advertisment

ଜିଲ୍ଲା ପ୍ରଶାସନ ପକ୍ଷରୁ ଜେସିବି ଯୋଗାଇ ଦିଆଯାଇଛି। ଏହାସହ ସମସ୍ତ ସହଯୋଗ ଯୋଗାଇ ଦିଅଯାଉଛି। ୧୦ ଫୁଟ୍  ଦୂରତାରେ ସମାନ୍ତରଳ ଭାବେ ଆଉ ଏକ ଗାତ ଖୋଳାଯାଉଛି। ଗାତ ଖୋଳିବାବେଳେ ଯେପରି ମାଟି ଅତଡ଼ା ନ ଖସିବ ସେଥିପ୍ରତି ନଜର ରଖାଯାଇଛି। କିନ୍ତୁ ବୃଦ୍ଧା ଜଣଙ୍କ କୌଣସି ପ୍ରତିକ୍ରିୟା କରୁ ନଥିବାରୁ ଆଶଙ୍କା ପ୍ରକାଶ ପାଇଛି।

Sonepur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe