Advertisment

ରଥଯାତ୍ରା ଦେଖି ଫେରୁଥିଲେ; ରାସ୍ତାକଡ଼କୁ ଓଲଟିଲା ଟାଟା ମ୍ୟାଜିକ

ବାଲିପାଟଣା ଥାନା ଅଠାନ୍ତରରୁ ୨ଟି ଗାଡ଼ିରେ ୨୦ ଜଣ ଶ୍ରଦ୍ଧାଳୁ ରଥ ଯାତ୍ରା ଦେଖିବାକୁ ପୁରୀ ଯାଇଥିଲେ।

author-image
Tapaswini Nayak
Accident

Accident

ରଥଯାତ୍ରା ଦେଖି ପୁରୀରୁ ଘରକୁ ଫେରୁଥିଲେ ଶ୍ରଦ୍ଧାଳୁ। ଅଧବାଟରେ ରାସ୍ତାକଡ଼କୁ ଓଲଟିଲା ଟାଟା ମ୍ୟାଜିକ। ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ଭାଟବନ୍ଧ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୯ ଜଣ ଆହତ ହୋଇଛନ୍ତି।

Advertisment

ଆହତମାନଙ୍କ ମଧ୍ୟରେ ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ସମସ୍ତ ଆହତଙ୍କ ଘର ବାଲିପାଟଣା ଥାନା ଅଠାନ୍ତର ନିକଟରେ ବୋଲି ଜଣାଯାଇଛି।

ବାଲିପାଟଣା ଥାନା ଅଠାନ୍ତରରୁ ୨ଟି ଗାଡ଼ିରେ ୨୦ ଜଣ ଶ୍ରଦ୍ଧାଳୁ ରଥ ଯାତ୍ରା ଦେଖିବାକୁ ପୁରୀ ଯାଇଥିଲେ। ଆଜି ଭୋରରୁ ଫେରିବା ବେଳେ ଟାଟା ମ୍ୟାଜିକଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ସମସ୍ତ ଯାତ୍ରୀ ଗାଡି ଭିତରେ ଚାପି ହୋଇ ଯାଇଥିଲେ। ପଛରେ ଆସୁଥିବା ଅନ୍ୟ ଏକ ଗାଡ଼ିର ଲୋକମାନେ ସମସ୍ତ ଆହତଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।। ଡ୍ରାଇଭରର ଆଖି ଲାଗିଯିବା ଯୋଗୁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Puri Road Accident