Advertisment

ସ୍କୁଲରୁ ଘରକୁ ଫେରୁଥିବା ବେଳେ ନଦୀକୁ ଡେଇଁ ପଡ଼ିଲେ ୯ମ ଶ୍ରେଣୀ ଛାତ୍ରୀ

ପାରାଦୀପ ଟାଉନ୍‌ ବୃନ୍ଦାବନ କଲୋନୀର ପରୀ(ଛଦ୍ମନାମ) ଅମ୍ୱିକା ହାଇସ୍କୁଲରେ ନବମ ଶ୍ରେଣୀରେ ପଢ଼ନ୍ତି। ସବୁଦିନ ପରି ଆଜି ସ୍କୁଲ ଯାଇଥିଲେ। ସ୍କୁଲ ଛୁଟି ହେବାପରେ ସେ ଚାଲି ଚାଲି ଘରକୁ ଫେରୁଥିଲା।

author-image
Manoranjan Sial
9 Class Student

9 Class Student

ସ୍କୁଲରୁ ଘରକୁ ଫେରୁଥିବା ବେଳେ ନଦୀକୁ ଡେଇଁପଡ଼ିଲେ ନବମ ଶ୍ରେଣୀ ଛାତ୍ରୀ। ଆଜି ଅପରାହ୍ନରେ ଏପରି ଘଟଣା ଜଗତସିଂହପୁର ଜିଲ୍ଲା ପାରାଦୀପ ନିକଟରେ ଘଟିଛି। ହେଲେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମର କାରଣ ଜଣାପଡ଼ି ନାହିଁ।

Advertisment

ପାରାଦୀପ ଟାଉନ୍‌ ବୃନ୍ଦାବନ କଲୋନୀର ପରୀ(ଛଦ୍ମନାମ) ଅମ୍ୱିକା ହାଇସ୍କୁଲରେ ନବମ ଶ୍ରେଣୀରେ ପଢ଼ନ୍ତି। ସବୁଦିନ ପରି ଆଜି ସ୍କୁଲ ଯାଇଥିଲେ। ସ୍କୁଲ ଛୁଟି ହେବାପରେ ସେ ଚାଲି ଚାଲି ଘରକୁ ଫେରୁଥିଲା। ତେବେ ସେ ଅଠରବାଙ୍କି ବ୍ରିଜ୍‌ ଉପରେ କିଛି ସମୟ ଠିଆ ହୋଇଥିଲେ। ସେହି ବ୍ରିଜ୍‌ ଉପରେ ଠିଆ ହୋଇ ପରୀ ପ୍ରଥମେ ନିଜ ସ୍କୁଲ ବ୍ୟାଗକୁ ନଦୀକୁ ଫିଙ୍ଗି ଦେଇଥିଲେ। ପରେ ନଦୀ କୂଳକୁ ଆସି ପାଣିକୁ ଡେଇଁ ପଡ଼ିଥିଲେ।

ପରୀ ନଦୀକୁ ଡେଇଲା ବେଳେ ସ୍କୁଲ ୟୁନିମଫର୍ମ ପିନ୍ଧିଥିଲେ। ନଦୀଠାରୁ ଅଳ୍ପ ଦୂରରେ ଉପସ୍ଥିତ ଥିବା ଲୋକମାନେ ଡଙ୍ଗା ଧରି ଖୋଜାଖୋଜି କରିଥିଲେ। ପରେ ପାଣି ଭିତରୁ ପରୀକୁ ଉଦ୍ଧାର କରି ଅଠରବାଙ୍କି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଖବର ପାଇ ପରିବାର ଲୋକେ ମେଡ଼ିକାଲ୍‌ରେ ପହଞ୍ଚିଛନ୍ତି। ହେଲେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

Advertisment

ରିପୋର୍ଟ- ପାରାଦୀପରୁ ରମାକାନ୍ତ ନାୟକ

Jagatsinghpur School Students