Advertisment

ଲିଫ୍‌ଟ ମାଗି ବାଇକ୍‌ରେ ଆସୁଥିଲେ ଛାତ୍ରୀ, ରାସ୍ତାରେ ପିଟିଦେଲା ଟ୍ରକ୍‌

ଅସୁରପଡ଼ା ଗାଁର ଦୀପ୍ତି କାନ୍ଧପାଣି ପାତ୍ରଗୁଡା ହାଇସ୍କୁଲରେ ନବମ ଶ୍ରେଣୀରେ ପଢ଼ନ୍ତି। ସ୍କୁଲ ଛୁଟି ପରେ ସେ ଘରକୁ ଫେରିବା ପାଇଁ ରାସ୍ତା ପାର୍ଶ୍ୱରେ ଅପେକ୍ଷା କରିଥିଲେ। ଠିକ୍‌ ସେହି ସମୟରେ ପଡ଼ୋଶୀ ଗାଁ ରାଣିପିଣ୍ଡା ଗ୍ରାମର ଭଗବାନ ଦଣ୍ଡସେନା ମୁନିଗୁଡାରୁ ବାଇକ୍‌ରେ ଆସୁଥିଲେ।

author-image
Manoranjan Sial
Accident

Accident

ସ୍କୁଲରୁ ଘରକୁ ଫେରିବା ପାଇଁ ଲିଫ୍‌ଟ ମାଗି ଜଣଙ୍କ ବାଇକ୍‌ରେ ଆସୁଥିଲେ ନବମ ଶ୍ରେଣୀ ଛାତ୍ରୀ। ହେଲେ ଦୁର୍ଭାଗ୍ୟକୁ ରାସ୍ତାରେ ବାଇକ୍‌କୁ ପିଟିଦେଲା ଟ୍ରକ୍‌। ଘଟଣାସ୍ଥଳରେ ଚାଲିଗଲା ଛାତ୍ରୀଙ୍କ ଜୀବନ। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରାୟଗଡ଼ା ଦେଇ ଯାଇଥିବା ୩୨୬ ନମ୍ୱର ଜାତୀୟ ରାଜପଥ(ଏନ୍‌ଏଚ୍‌)ରେ ଘଟିଛି। ଏହାକୁ ନେଇ ଏନ୍‌ଏଚ୍‌ରେ ଉତ୍ତେଜନା ପ୍ରକାଶ ପାଇଛି।

Advertisment

ଅସୁରପଡ଼ା ଗାଁର ଦୀପ୍ତି କାନ୍ଧପାଣି ପାତ୍ରଗୁଡା ହାଇସ୍କୁଲରେ ନବମ ଶ୍ରେଣୀରେ ପଢ଼ନ୍ତି। ସ୍କୁଲ ଛୁଟି ପରେ ସେ ଘରକୁ ଫେରିବା ପାଇଁ ରାସ୍ତା ପାର୍ଶ୍ୱରେ ଅପେକ୍ଷା କରିଥିଲେ। ଠିକ୍‌ ସେହି ସମୟରେ ପଡ଼ୋଶୀ ଗାଁ ରାଣିପିଣ୍ଡା ଗ୍ରାମର ଭଗବାନ ଦଣ୍ଡସେନା ମୁନିଗୁଡାରୁ ବାଇକ୍‌ରେ ଆସୁଥିଲେ। ତାଙ୍କୁ ଲିଫ୍‌ଟ ମାଗିଥିଲେ ଦୀପ୍ତି। ଆଉ ତା’ପରେ ଦୀପ୍ତିଙ୍କୁ ଲିଫ୍‌ଟ ଦେଇଥିଲେ ଭଗବାନ। ଉଭୟ ବାଇକ୍‌ରେ ଗାଁକୁ ଫେରୁଥିବା ବେଳେ ୩୨୬ ନମ୍ୱର ଜାତୀୟ ରାଜପଥର ଖୁଣ୍ଟବାଡି ଗ୍ରାମ ନିକଟରେ ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲା ଏକ ଦ୍ରୁତଗାମୀ ଟ୍ରକ୍‌। ଘଟଣା ସ୍ଥଳରେ ଦୀପ୍ତି କାନ୍ଧପାଣିଙ୍କ ମୃତ୍ୟୁ ଘଟିଥିଲା। ଆଉ ବାଇକ୍‌ ଚାଳକ ଭଗବାନ ଦଣ୍ଡସେନା ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକଙ୍କ ସହାୟତା ପୁଲିସ୍‌ ଭଗବାନଙ୍କୁ ଉଦ୍ଧାର କରି ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି। ସେପଟେ ଦୁର୍ଘଟଣା ପରେ ଟ୍ରକ୍‌ ଛାଡ଼ି ଡ୍ରାଇଭର ଫେରାର ହୋଇଛି।

Advertisment

ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ମୃତଦେହ ରଖି ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅପରୋଧ କରିଛନ୍ତି। ଯାହା ଫଳରେ ଭବାନୀପାଟଣା ଓ ରାୟଗଡା ମଧ୍ୟରେ ଯିବାଆସିବା ଏକ ପ୍ରକାର ଠପ୍‌ ହୋଇଯାଇଛି। ଦୂରଗାମୀ ଗାଡ଼ି ଗୁଡ଼ିକ ରାସ୍ତା ପାର୍ଶ୍ୱରେ ଅଟକି ରହିଛି। ଘଟଣା ସ୍ଥଳରେ ବିଷମକଟକ ଏସ୍‌ଡିପିଓ, ମୁନିଗୁଡା ଓ ଅମ୍ବାଦଳା ଥାନା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। କିନ୍ତୁ ଲୋକମାନେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ମୃତ ଛାତ୍ରୀଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଦେଲେ ରାସ୍ତାରୁ ଉଠିବେ ବୋଲି ଶୁଣାଇ ଦେଇଛନ୍ତି। ଏବେ ମଧ୍ୟ ରାସ୍ତାରୋକ ଚାଲିଛି।

ରିପୋର୍ଟ- ରାୟଗଡ଼ାରୁ ମାଉଡି ବାରିକ

Accident Roadaccident Raygada