Advertisment

ଖେଳୁ ଖେଳୁ କୂଅରେ ପଡ଼ିଗଲା ୨ ବର୍ଷର ଝିଅ

ଆଜି ଖେଳୁଥିବା ବେଳେ ଘର ପାଖରେ ଥିବା କୂଅରେ ଶିଶୁଟି ପଡ଼ିଯାଇଥିଲା।

author-image
Biswajit Samal
ଅଦ୍ୟତନ ହୋଇଛି
Nayagarh

Nayagarh

ନୟାଗଡ଼ରେ ଅଭାବନୀୟ ଘଟଣା। ଖେଳୁଥିବା ବେଳେ କୂଅରେ ପଡ଼ି ଶିଶୁ କନ୍ୟା ମୃତ। ମୃତକ ହେଲେ ନୟାଗଡ଼ ଜିଲ୍ଲା ସୋରଡ଼ା ଗାଁର ପ୍ରଭାତ କୁମାର ନାୟକଙ୍କ ୨ ବର୍ଷର ଶିଶୁ କନ୍ୟା ସାଧନା ପ୍ରିୟଦର୍ଶିନୀ ନାୟକ।

Advertisment

ଦେଢ଼ ମାସ ହେବ ସାଧନା ସୋରଡ଼ା ସ୍ଥିତ ନିଜ ମାମୁ ଘରେ ରହୁଥିଲେ। ଆଜି ଖେଳୁଥିବା ବେଳେ ଘର ପାଖରେ ଥିବା କୂଅରେ ପଡ଼ିଯାଇଥିଲେ। କିନ୍ତୁ କେହି କିଛି ଜାଣିପାରେ ନଥିଲେ।

ପରିବାର ଲୋକେ ଦୀର୍ଘ ସମୟ ଖୋଜାଖୋଜି ପରେ ସାଧନା କୂଅରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଶିଶୁ କନ୍ୟାଙ୍କୁ କୂଅରୁ ବାହାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment
Nayagarh Girl