/odisha-reporter/media/post_attachments/uploadimage/library/16_9/16_9_0/Fire_1712670708.jpg)
Fire
ପୁରୀ ଜିଲ୍ଲା ଅସ୍ତରଙ୍ଗ ନାନପୁର ଖଣ୍ଡିବେଲାରୀ ଗାଁରେ ଅଗ୍ନିକାଣ୍ଡ ହୋଇଛି। ଏଥିରେ ଗାଁର କେଦାର ଲେଙ୍କାଙ୍କ ଛଅ ବଖରା ଚାଳ ଛପର ଘର ପୋଡ଼ି ପାଉଁଶ ହୋଇ ଯାଇଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଓ ଫସଲ ନଷ୍ଟ ହୋଇଛି।
Advertisment
ଆଜି ଦିନ ଗୋଟାଏ ବେଳେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିବା ପରେ ପରିବାର ଲୋକେ ଜୀବନ ବଞ୍ଚାଇବା ପାଇଁ ଘର ଛାଡ଼ି ବାହାରକୁ ପଳାଇ ଯାଇଥିଲେ। ଚାହୁଁ ଚାହୁଁ ନିଆଁରେ ପୋଡ଼ି ସବୁ ଛାରଖାର ହୋଇଗଲା। ଘଟଣାସ୍ଥଳରେ ଅସ୍ତରଙ୍ଗ ଓ କାକଟପୁରର ଅଗ୍ନିଶମ ବିଭାଗର ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
