Advertisment

ସଲାମ୍ ଶହୀଦ ପ୍ରକାଶ

ଶହୀଦ ଯବାନଙ୍କ ପତ୍ନୀ କହିଛନ୍ତି, ରବିବାର ରାତିରେ ଭିଡ଼ିଓ କଲ୍‌ରେ ମୋ ସହିତ କଥା ହୋଇଥିଲେ। ଘରର ସମସ୍ତଙ୍କ କଥା ପଚାରିଥିଲେ। ସୋମବାର ରାତିରେ ସେ ଫୋନ୍‌ ଉଠାଇ ନଥିଲେ।

author-image
Manoj Swain
ଅଦ୍ୟତନ ହୋଇଛି

ଛତିଶଗଡ଼ କାଙ୍କେର ଜିଲ୍ଲା ରେଙ୍ଗାବାଇ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଓଡ଼ିଆ ଯବାନ ଶହୀଦ ହୋଇଛନ୍ତି । BSFର ଏହି ଶହୀଦ ଯବାନ ଜଣଙ୍କ ହେଲେ ପ୍ରକାଶ ଚନ୍ଦ୍ର ସିଆଳ। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଳକ୍ ଗୋପାଳପୁର ଗାଁରେ। ଶହୀଦ ପ୍ରକାଶଙ୍କ ପରିବାରରେ ତାଙ୍କର ବଡ଼ ଭାଇ, ଦୁଇ ପୁଅ ,ତାଙ୍କ ପତ୍ନୀ ଏବଂ ମା’ ଅଛନ୍ତି। ଶହୀଦ ଯବାନଙ୍କ ପତ୍ନୀ କହିଛନ୍ତି, ରବିବାର ରାତିରେ ଭିଡ଼ିଓ କଲ୍‌ରେ ମୋ ସହିତ କଥା ହୋଇଥିଲେ। ଘରର ସମସ୍ତଙ୍କ କଥା ପଚାରିଥିଲେ।  ସୋମବାର ରାତିରେ ସେ ଫୋନ୍‌ ଉଠାଇ ନଥିଲେ। ମଙ୍ଗଳବାର ତାଙ୍କ ଫୋନ୍ ଲାଗି ନଥିଲା। ପରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସେ ଆହତ ହୋଇଥିବା ମୋତେ ଫୋନ୍‌ ଆସିଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଥିବା ଫୋନ୍ ଆସିଥିଲା ।

Advertisment
Chhattisgarh Odisha Balasore Odia Jawan