Advertisment

Accident: ବ୍ରିଜ୍‌ ତଳକୁ ଖସିଲା ବସ୍‌, ଡିଭାଇଡର ଡେଇଁ ଟ୍ୟାଙ୍କରରେ ପିଟିହେଲେ ବୋଲେରୋ

ଆଜି ଭୋରରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ବୋଲେରୋଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସ୍‌ଟି ବ୍ରିଜ୍‌ ତଳକୁ ଖସିପଡ଼ିଥିବା ବେଳେ ବୋଲେରୋଟି ଡିଭାଇଡର ଡେଇଁ ଏକ ଟ୍ୟାଙ୍କରରେ ପିଟି ହୋଇଥିଲେ।

Accident

ଦୁର୍ଘଟଣାଗ୍ରସ୍ତ ବସ୍ ଓ ବୋଲେରୋ

Advertisment

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଂଘିଯୁବାରେ ଏକ ଘରୋଇ ଯାତ୍ରୀବାହୀ ବସ୍ ବ୍ରିଜ୍‌ ତଳକୁ ଖସି ପଡ଼ିବାରୁ ପ୍ରାୟ ୪୦ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Advertisment

ଜୟ ଭୋଲେ ନାମକ ଏହି ବସ୍‌ଟି ଭୁବନେଶ୍ୱରରୁ ବିନିକା ଦେଇ ବରଗଡ଼ ଜିଲ୍ଲା ବିଜେପୁରର ଦୀପ୍ତିପୁର ଯାଉଥିବା ବେଳେ ଆଜି ଭୋର ପ୍ରାୟ ୫ଟା ବେଳେ ସିଂଘିଯୁବାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। 

ବସ୍‌ଟି ବ୍ରିଜ୍‌ ତଳକୁ ଖସି ପଡ଼ିବା ପରେ ଯାତ୍ରୀମାନେ ଚିତ୍କାର କରିଥିଲେ। ପାଖ ଗାଁ ଲୋକେ ଆସି ଝରକାର କାଚ ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିଥିଲେ। ଆହତମାନଙ୍କୁ ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀର ଗାଡ଼ିରେ ବିନିକା ଡାକ୍ତରଖାନାକୁ ନିଆଯାଇଥିଲା। 

Advertisment

ସୁବର୍ଣ୍ଣପୁର ଜିଲ୍ଲାପାଳ ଓ ଏସ୍‌ପି ବିନିକା ଡାକ୍ତରଖାନାରେ ପହଞ୍ଚି ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଥିଲେ। ସେମାନଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ କରିବାକୁ ଡାକ୍ତରମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ହେଲେ ଗୁରୁତର ଆହତମାନଙ୍କୁ ଯେକୌଣସି ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। 

ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିଲା ବୋଲି କିଛି ଆହତ ଯାତ୍ରୀ କହିଥିବା ବେଳେ ତଦନ୍ତ ପରେ କାରଣ ଜଣାପଡ଼ିବ ବୋଲି କହିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଏସ୍‌ପି।

ଅନ୍ୟପକ୍ଷରେ ଗତକାଲି ବିଳମ୍ବିତ ରାତିରେ ଏକ ବୋଲେରୋ ଯାଜପୁରରୁ କଟକ ଅଭିମୁଖେ ଆସୁଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥର ରଜକଣା ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବୋଲେରୋଟି ଭାରସାମ୍ୟ ହରାଇ ଡିଭାଇଡର ଡେଇଁ ରାସ୍ତା ଆରପାଖକୁ ଚାଲିଯାଇଥିଲା। ସେହି ସମୟରେ ସେହି ରାସ୍ତାରେ ଆସୁଥିବା ଏକ ଟ୍ୟାଙ୍କରରେ ବୋଲେରୋଟି ପିଟି ହୋଇଥିଲା। ବୋଲେରୋରେ ୫ ଜଣ ଥିବା ବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିବା ବେଳେ ଆହତ ଦ୍ୱୟଙ୍କୁ କଟକ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ଟାଙ୍ଗୀ ପୁଲିସ ଗାଡ଼ି ଦୁଇଟିକୁ ଜବତ କରି ଘଟଣାର ତଦନ୍ତ କରୁଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe