/odisha-reporter/media/post_attachments/uploadimage/library/16_9/16_9_0/IMAGE_1710951345.jpg)
Bus Accident
ମୟୂରଭଞ୍ଜ ଜିଲ୍ଲା ଠକୁରମୁଣ୍ଡା-କରଞ୍ଜିଆ ରାସ୍ତାର କେନ୍ଦୁମୁଣ୍ଡି ନିକଟରେ ଆଜି ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ଟି ଭାରସାମ୍ୟ ହରାଇ ଏକ ଦୋକାନରେ ପିଟି ହୋଇଥିଲା। ତେବେ ଏଥିରେ କେହି ହତାହତ ହୋଇନାହାନ୍ତି।
Advertisment
ପାର୍ଥ ସାରଥୀ ନାମକ ଏହି ଘରୋଇ ବସ୍ଟି ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଏଥିରେ ୩୦ରୁ ଅଧିକ ଯାତ୍ରୀ ଥିଲେ। ତେବେ କେନ୍ଦୁମୁଣ୍ଡି ନିକଟରେ ହଠାତ୍ ବସ୍ଟି ରାସ୍ତାରୁ ଖସି ଯାଇ ଏକ ଦୋକାନରେ ପିଟି ହୋଇଥିଲା। ଫଳରେ ଦୋକାନର ସମ୍ମୁଖ ଅଂଶ ଭାଙ୍ଗି ଯାଇଛି।
ଖବର ପାଇ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଘଟଣାର ଯାଞ୍ଚ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
