Advertisment

ଦୋକାନରେ ପିଟି ହେଲା ବସ୍‌

ବସ୍‌ଟିରେ ୩୦ରୁ ଅଧିକ ଯାତ୍ରୀ ଥିଲେ।

Bus Accident

Bus Accident

Advertisment

ମୟୂରଭଞ୍ଜ ଜିଲ୍ଲା ଠକୁରମୁଣ୍ଡା-କରଞ୍ଜିଆ ରାସ୍ତାର କେନ୍ଦୁମୁଣ୍ଡି ନିକଟରେ ଆଜି ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଏକ ଦୋକାନରେ ପିଟି ହୋଇଥିଲା। ତେବେ ଏଥିରେ କେହି ହତାହତ ହୋଇନାହାନ୍ତି। 

Advertisment

ପାର୍ଥ ସାରଥୀ ନାମକ ଏହି ଘରୋଇ ବସ୍‌ଟି ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଏଥିରେ ୩୦ରୁ ଅଧିକ ଯାତ୍ରୀ ଥିଲେ। ତେବେ କେନ୍ଦୁମୁଣ୍ଡି ନିକଟରେ ହଠାତ୍ ବସ୍‌ଟି ରାସ୍ତାରୁ ଖସି ଯାଇ ଏକ ଦୋକାନରେ ପିଟି ହୋଇଥିଲା। ଫଳରେ ଦୋକାନର ସମ୍ମୁଖ ଅଂଶ ଭାଙ୍ଗି ଯାଇଛି।

ଖବର ପାଇ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଘଟଣାର ଯାଞ୍ଚ କରିଥିଲା। 

Road Accident Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe