/odisha-reporter/media/media_files/2025/10/07/bus-accident-2025-10-07-14-33-06.jpg)
ଦୁର୍ଘଟଣାଗ୍ରସ୍ତ ବସ୍ Photograph: (OR)
ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ରାଧାବଲ୍ଲଭପୁର ଛକ ନିକଟରେ ଏକ ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ କିଛି ଯାତ୍ରୀ ଆହତ ହୋଇଛନ୍ତି। କାହା ମୁଣ୍ଡ ଫାଟିଛି ତ କାହା ହାତରେ ଗୁରୁତର ଆଘାତ ଲାଗିଛି।
‘ଇନ୍ଦ୍ରାଣୀ’ ନାମକ ଏହି ତୀର୍ଥଯାତ୍ରୀ ବସ୍ଟି କିଛି ଦିନ ତଳେ ପଶ୍ଚିମବଙ୍ଗର ଦୀଘାରୁ ପୁରୀ ଯାଇଥିଲା। ଗତକାଲି ରାତିରେ ତୀର୍ଥଯାତ୍ରୀଙ୍କୁ ଧରି ପୁଣି ଦୀଘା ଅଭିମୁଖେ ଫେରୁଥିଲା। ରାତି ପ୍ରାୟ ୨ଟା ବେଳେ ବସ୍ଟି ସିମୁଳିଆ ରାଧାବଲ୍ଲଭପୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ବସ୍ଟି ଦ୍ରୁତଗତିରେ ଯାଉଥିବା ବେଳେ ଡ୍ରାଇଭରଙ୍କ ଆଖି ଲାଗିଯାଇଥିଲା। ଫଳରେ ଜାତୀୟ ରାଜପଥର ଥିବା ଡିଭାଇଡର ଉପରକୁ ବସ୍ଟି ଚଢ଼ିଯାଇଥିଲା ଓ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।
https://odishareporter.in/national/7-patients-killed-in-jaipur-hospital-fire-10533517
ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିଲା। ଆମ୍ବୁଲାନ୍ସ ଓ ପୁଲିସ ଗାଡ଼ିରେ ଆହତମାନଙ୍କୁ ସିମୁଳିଆ ଓ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବସ୍ଟିରେ ୬୫ ଜଣ ଯାତ୍ରୀ ଥିବା ବେଳେ କିଛି ଯାତ୍ରୀଙ୍କର ମୁଣ୍ଡ ଓ ହାତରେ ଗଭୀର କ୍ଷତ ହୋଇଥିବା ବେଳେ ଅନ୍ୟମାନେ ସୁସ୍ଥ ଅଛନ୍ତି।
ଅନ୍ୟପକ୍ଷରେ ଦୁର୍ଘଟଣା ଘଟିବା ପରେ ବସ୍ ଡ୍ରାଇଭର ଓ ହେଲ୍ପର ଫେରାର ହୋଇଯାଇଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।
https://odishareporter.in/national/over-21000-killed-in-rail-accidents-in-2023-10519349
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
