Advertisment

Accident: ଘରକୁ ଫେରୁଥିବା ବେଳେ ଓଲଟି ପଡ଼ିଲା ବସ୍‌

‘ଇନ୍ଦ୍ରାଣୀ’ ନାମକ ଏହି ତୀର୍ଥଯାତ୍ରୀ ବସ୍‌ଟି କିଛି ଦିନ ତଳେ ପଶ୍ଚିମବଙ୍ଗର ଦୀଘାରୁ ପୁରୀ ଯାଇଥିଲା। ଗତକାଲି ରାତିରେ ତୀର୍ଥଯାତ୍ରୀଙ୍କୁ ଧରି ପୁଣି ଦୀଘା ଅଭିମୁଖେ ଫେରୁଥିଲା।

Bus Accident

ଦୁର୍ଘଟଣାଗ୍ରସ୍ତ ବସ୍ Photograph: (OR)

Advertisment

ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ରାଧାବଲ୍ଲଭପୁର ଛକ ନିକଟରେ ଏକ ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ କିଛି ଯାତ୍ରୀ ଆହତ ହୋଇଛନ୍ତି। କାହା ମୁଣ୍ଡ ଫାଟିଛି ତ କାହା ହାତରେ ଗୁରୁତର ଆଘାତ ଲାଗିଛି।

Advertisment

‘ଇନ୍ଦ୍ରାଣୀ’ ନାମକ ଏହି ତୀର୍ଥଯାତ୍ରୀ ବସ୍‌ଟି କିଛି ଦିନ ତଳେ ପଶ୍ଚିମବଙ୍ଗର ଦୀଘାରୁ ପୁରୀ ଯାଇଥିଲା। ଗତକାଲି ରାତିରେ ତୀର୍ଥଯାତ୍ରୀଙ୍କୁ ଧରି ପୁଣି ଦୀଘା ଅଭିମୁଖେ ଫେରୁଥିଲା। ରାତି ପ୍ରାୟ ୨ଟା ବେଳେ ବସ୍‌ଟି ସିମୁଳିଆ ରାଧାବଲ୍ଲଭପୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ବସ୍‌ଟି ଦ୍ରୁତଗତିରେ ଯାଉଥିବା ବେଳେ ଡ୍ରାଇଭରଙ୍କ ଆଖି ଲାଗିଯାଇଥିଲା। ଫଳରେ ଜାତୀୟ ରାଜପଥର ଥିବା ଡିଭାଇଡର ଉପରକୁ ବସ୍‌ଟି ଚଢ଼ିଯାଇଥିଲା ଓ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

Advertisment

https://odishareporter.in/national/7-patients-killed-in-jaipur-hospital-fire-10533517

ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିଲା। ଆମ୍ବୁଲାନ୍ସ ଓ ପୁଲିସ ଗାଡ଼ିରେ ଆହତମାନଙ୍କୁ ସିମୁଳିଆ ଓ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବସ୍‌ଟିରେ ୬୫ ଜଣ ଯାତ୍ରୀ ଥିବା ବେଳେ କିଛି ଯାତ୍ରୀଙ୍କର ମୁଣ୍ଡ ଓ ହାତରେ ଗଭୀର କ୍ଷତ ହୋଇଥିବା ବେଳେ ଅନ୍ୟମାନେ ସୁସ୍ଥ ଅଛନ୍ତି। 
ଅନ୍ୟପକ୍ଷରେ ଦୁର୍ଘଟଣା ଘଟିବା ପରେ ବସ୍‌ ଡ୍ରାଇଭର ଓ ହେଲ୍‌ପର ଫେରାର ହୋଇଯାଇଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି। 

https://odishareporter.in/national/over-21000-killed-in-rail-accidents-in-2023-10519349

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe