Advertisment

Accident: ଗାର୍ଡୱାଲ ଉପରେ ଚଢ଼ିଗଲା ତୀର୍ଥଯାତ୍ରୀ ବସ୍‌; ବ୍ରିଜ୍‌ ତଳକୁ ଖସିପଡ଼ି ଡ୍ରାଇଭର ମୃତ

ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ବାହାନଗା ବଜାର ଉପରେ ୧୬ ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ଭୋରରେ ଏକ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବସ୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଯାତ୍ରୀ ଆହତ ହୋଇଛନ୍ତି।

author-image
Jitendra Garnayak
Bus Accident

ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ବାହାନଗା ବଜାର ଉପରେ ୧୬ ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ଭୋରରେ ଏକ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବସ୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଯାତ୍ରୀ ଆହତ ହୋଇଛନ୍ତି। 

Advertisment

ବସ୍‌ଟି ୫୦ ଜଣ ତୀର୍ଥଯାତ୍ରୀଙ୍କୁ ଧରି ପଶ୍ଚିମବଙ୍ଗରୁ ଆନ୍ଧ୍ର ପ୍ରଦେଶ ଅଭିମୁଖେ ଯାଉଥିଲା। ସୂଚନା ଅନୁଯାୟୀ ବସ୍‌ଟି ପୁରୀ ଯାଇଥା’ନ୍ତା ଓ ପରେ ସେଠାରୁ ଆନ୍ଧ୍ର ପ୍ରଦେଶ ଅଭିମୁଖେ ଯାଇଥା’ନ୍ତା।

ବସ୍‌ଟି ୧୬ ନମ୍ବର ଜାତୀୟ ରାଜପଥରେ ବାହାନଗା ଓଭରବ୍ରିଜ୍ ଅତିକ୍ରମ କରୁଥିବା ବେଳେ ଗାର୍ଡୱାଲ୍‌ ଉପରେ ଚଢ଼ିଯାଇଥିଲା। ବସ୍‌ଟି ଗାର୍ଡୱାଲ ଉପରେ ଚଢ଼ିଯିବା ପରେ ଡ୍ରାଇଭର ବ୍ରିଜ୍‌ ତଳକୁ ଖସିପଡ଼ିଥିଲେ ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। 

Advertisment

ଏହି ଦୁର୍ଘଟଣାରେ ୧୪ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। 

ଅନ୍ୟପକ୍ଷରେ ଏହି ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଆଉ ଏକ ଦୁର୍ଘଟଣା ଘଟିଛି। ଭଦ୍ରକ ଜିଲ୍ଲା ଧାମନଗର ଥାନା ମଜୁରୀ ଗଡ଼ିଆ ଛକରେ ଗୋଟିଏ ବାଲି ବୋଝେଇ ହାଇୱାକୁ ଅନ୍ୟ ଏକ ବାଲି ବୋଝେଇ ହାଇୱା ପଛରୁ ଧକ୍କା ଦେବାରୁ ଜଣେ ଆହତ ହୋଇଛନ୍ତି। ଆହତ ଜଣଙ୍କ ଧକ୍କା ଦେଇଥିବା ହାଇୱାର ଡ୍ରାଇଭର। ତାଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦୁଇଟି ଯାକ ବାଲିବୋଝେଇ ହାଇୱା ଦ୍ରୁତଗତିରେ ଯାଉଥିଲେ ବୋଲି ଜଣାପଡ଼ିଛି।