Advertisment

ପୋଲ ତଳକୁ ଖସିଲା ଯାତ୍ରୀବାହୀ ବସ୍‌

ବସ୍‌ଟିରେ ୨୦ରୁ ୨୫ ଜଣ ଯାତ୍ରୀ ଥିବା ସୂଚନା ମିଳିଛି।

author-image
Jitendra Garnayak
Bus

Bus

ପୋଲ ତଳକୁ ଖସିଗଲା ବସ୍‌। ଅଳ୍ପକେ ବର୍ତ୍ତିଗଲେ ବସ୍‌ରେ ବସିଥିବା ଯାତ୍ରୀ। ଯାତ୍ରୀଙ୍କ ମଧ୍ୟରୁ କେବଳ ୫ ଜଣ ହୋଇଛନ୍ତି ଆହତ। ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ବଡ଼ପଡ଼ା ଗ୍ରାମ ନିକଟରେ।

Advertisment
Busଦୁର୍ଘଟଣାଗ୍ରସ୍ତ ବସ୍‌କୁ ଯାଞ୍ଚ କରୁଛନ୍ତି ଅଗ୍ନିଶମ ବାହିନୀ କର୍ମଚାରୀ।

ବସ୍‌ଟି କଟକରୁ ଜମ୍ବୁ ଅଭିମୁଖେ ଯାଉଥିବା ବେଳେ ସନ୍ଧ୍ୟାରେ ଘଟିଛି ଏହି ଘଟଣା। ଜଣେ ଯାତ୍ରୀଙ୍କ ସୂଚନା ଅନୁସାରେ, ବସ୍‌ଟିରେ ୨୦ରୁ୨୫ ଜଣ ଥିଲେ। ବସ୍‌ଟି ହଠାତ୍ ଓଲଟି ପଡ଼ିଥିଲା। କେହି କିଛି ବୁଝି ପାରି ନଥିଲେ। ବସ୍‌ର ଏକ ଦ୍ୱାର ଦେଇ ପ୍ରଥମେ ଡ୍ରାଇଭର ବାହାରକୁ ଯାଇଥିଲେ। ତା’ପରେ ଯାତ୍ରୀମାନଙ୍କୁ ଜଣେ ଜଣେ ବାହାର କରାଯାଇଥିଲା।

Accident Bus ଦୁର୍ଘଟଣାଗ୍ରସ୍ତ ବସ୍

ସ୍ଥାନୀୟ ଲୋକେ ସହାୟତା କରିବା ପାଇଁ ପହଞ୍ଚିଥିଲେ। ବର୍ଷା ଓ ଅନ୍ଧାର ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକଙ୍କ ସହାୟତାରେ ଡାକ୍ତରଖାନାକୁ ପଠାଯାଇଥିଲା।

Advertisment

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀ। ସେମାନେ ଦୁର୍ଘଟଣାଗ୍ରସ୍ତ ବସ୍‌ଟିକୁ ଯାଞ୍ଚ କରିଥିଲେ। ତା’ଭିତରେ ଆଉ କେହି ନଥିଲେ ବୋଲି କହିଥିଲେ ପଟ୍ଟାମୁଣ୍ଡାଇ ଦମକଳ ବାହିନୀର ଓଆଇସି ରାମକୃଷ୍ଣ ପଣ୍ଡା।

Accident