/odisha-reporter/media/media_files/2026/02/10/accident-2026-02-10-14-05-14.jpg)
ଟ୍ରକ୍ ପଛରେ ଏକ କାର୍ ପିଟି ହେବାରୁ ୨ ଜଣ ଗୁରୁତର ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ପୋଇଯାମୁଡ଼ା ଛକରେ ୨୦ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ଘଟିଛି ଏହି ଘଟଣା।
Advertisment
ଗୁରୁତର ଆହତ ଦ୍ୱୟଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଅଛନ୍ତି। ସେମାନେ ଚଣ୍ଡିଖୋଲ ଅଞ୍ଚଳର। ଉଭୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ସେମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଆହତ ଦ୍ୱୟ ଘଟଗାଁରୁ ମା’ ତାରିଣୀଙ୍କ ଦର୍ଶନ କରି ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ କାରଟିର ସମ୍ମୁଖ ଭାଗ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
