Advertisment

ସିରିଜ ଦୁର୍ଘଟଣା: ୭ଟି ବାଇକ୍‌ ଉପରେ ଚଢ଼ି ଓଲଟି ପଡ଼ିଲା କାର୍‌

ଆଜି ଛାଡ଼ଖାଇ ଥିବାରୁ ବାଲିଆ ବାଙ୍କ ବନ୍ଧଠାରେ ମଟନ ପାଇଁ ରାସ୍ତା କଡରେ ବହୁ ଲୋକଙ୍କ ଗହଳି ଜମିଥିଲା। ଲୋକମାନେ ରାସ୍ତା ପାର୍ଶ୍ୱରେ ଗାଡ଼ି ରଖି  ମଟନ ପାଇଁ ଯାଇଥିଲେ।

author-image
Niharika Rout
ଅଦ୍ୟତନ ହୋଇଛି
Accident

Accident

କେନ୍ଦ୍ରାପଡ଼ା ଜିଲ୍ଲା କଟକ-ଚାନ୍ଦବାଲି ରାସ୍ତାର ଜନଟିଲୋ ବାଙ୍କ ବନ୍ଧଠାରେ ଆଜି ସକାଳେ ଘଟିଛି ସିରିଜ ଦୁର୍ଘଟଣା। ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ୭ଟି ବାଇକ୍‌କୁ ଧକ୍କା ଦେଇଥିଲା। ଏହାପରେ କାର୍‌ଟି ସିଧା ଏକ ବାଇକ୍‌ ଉପରେ ଚଢ଼ି ଇଲେକ୍ଟ୍ରି ଖୁଣ୍ଟରେ ବାଡ଼େଇ ହୋଇ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣା ଯୋଗୁ ବାଇକ୍‌ ଗୁଡ଼ିକ ଚୁରମାର ହୋଇ ଯାଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି।

Advertisment

ଆଜି ଛାଡ଼ଖାଇ ଥିବାରୁ ବାଲିଆ ବାଙ୍କ ବନ୍ଧଠାରେ ମଟନ ପାଇଁ ରାସ୍ତା କଡ଼ରେ ବହୁ ଲୋକଙ୍କ ଗହଳି ଜମିଥିଲା। ଲୋକମାନେ ରାସ୍ତା ପାର୍ଶ୍ୱରେ ଗାଡ଼ି ରଖି ମଟନ ପାଇଁ ଯାଇଥିଲେ। ଏହି ସମୟରେ ଆଳି ଆଡୁ ଏକ ପରିବାରକୁ ଧରି ଦ୍ରୁତ ଗତିରେ ଆସୁଥିଲା ଏକ କାର୍‌। ଡ୍ରାଇଭରଜଣକ ଭାରସାମ୍ୟ ହରାଇବାରୁ କାର୍‌ଟି ସିଧାସଳଖ ୭ଟି ବାଇକ୍‌ ଉପରେ ଚଢ଼ି ଯାଇଥିଲା। ଏହାପରେ କାର୍‌ଟି ନିକଟରେ ଥିବା ଇଲେକ୍ଟ୍ରି ଖୁଣ୍ଟରେ ବାଡେଇ ହୋଇ ଓଲଟି ପଡିଥିଲା।

କାର୍‌ ଧକ୍କାରେ ୨ ଜଣ ଗୁରୁତର ହୋଇଛନ୍ତି। ମାତ୍ର କାର୍‌ ଭିତରେ ଥିବା ସମସ୍ତ ଲୋକ ସୁରକ୍ଷିତ ଅଛନ୍ତି। ସ୍ଥାନୀୟ ଲୋକେ ତୁରନ୍ତ ଗୁରୁତରଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ। ଘଟଣାସ୍ଥଳରୁ କାର୍‌ ଡ୍ରାଇଭର ଫେରାର ହୋଇ ଯାଇଛନ୍ତି। ସ୍ଥାନୀୟ ପୁଲିସ ଘଟଣାର ତଦନ୍ତ କରୁଛି। 

Advertisment
Kendrapada Road Accident