Advertisment

ଯୋରରେ ଭାସିଗଲେ କଲେଜ ଛାତ୍ରୀ

ପ୍ରୀତି ପୋଲ ଉପରେ ସାଇକେଲକୁ ଧରି ଚାଲି ଚାଲି ଯାଉଥିବା ବେଳେ ତାଙ୍କ ଗୋଡ଼ ଖସିଯାଇଥିଲା। ଏନେଇ ସେ ଯୋରରେ ପଡ଼ି ଭାସି ଯାଇଥିଲେ।

author-image
Biswajit Samal
river

river

ଯୋରରେ ଭାସିଯାଇ ଛାତ୍ରୀ ନିଖୋଜ। ଘଟଣାଟି ଘଟିଛି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବସଲା ପଞ୍ଚାୟତ ସୁନାଭୁଇଁ ଗାଁରେ। ନିଖୋଜ ଛାତ୍ରୀଙ୍କ ନାଁ ପ୍ରୀତି ବେହେରା।

Advertisment

ସୂଚନା ଅନୁଯାୟୀ ପ୍ରୀତି ବେହେରା ଆଜି ଦିନ ଗୋଟାଏ ବେଳେ କମ୍ପ୍ୟୁଟର କ୍ଲାସ ସାରି ସାଇକେଲ ଯୋଗେ ଘରକୁ ଫେରୁଥିଲେ। ସେହି ସମୟରେ ପ୍ରବଳ ବର୍ଷା ହୋଇଥିଲା। ସେଥିପାଇଁ ପୋଲ ଉପରେ ଚାରି ଫୁଟ ଉପରେ ପାଣି ପ୍ରବାହିତ ହେଉଥିଲା। ପ୍ରୀତି ପୋଲ ଉପରେ ସାଇକେଲକୁ ଧରି ଚାଲି ଚାଲି ଯାଉଥିବା ବେଳେ ତାଙ୍କ ଗୋଡ଼ ଖସିଯାଇଥିଲା। ଏନେଇ ସେ ଯୋରରେ ପଡ଼ି ଭାସି ଯାଇଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଅଞ୍ଚଳବାସୀ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ।

ଏନେଇ ଅନୁଗୋଳ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ ଗାଁ ଲୋକେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯୋରରେ ପଶି ଖୋଜାଖୋଜି ଜାରି ରଖିଛି। 

Advertisment