Advertisment

ବାହାଘର ଠିକ୍ ହୋଇଯାଇଥିଲା; ବାଜା ଓ ଲାଇଟ୍ ପାଇଁ ଆଡ୍‌ଭାନ୍ସ ଦେଇ ଫେରିଲା ବେଳେ ଦୁର୍ଘଟଣାରେ କନଷ୍ଟେବଲଙ୍କ ମୃତ୍ୟୁ

ପରଜଙ୍ଗ ପୁଲିସ ଶଶାଙ୍କ’ଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରାଇଛି। ତା’ସହିତ ଘଟଣାର ତଦନ୍ତ କରୁଛି।

Shashanka Kumar Pradhan

Shashanka Kumar Pradhan

Advertisment

ବାହାଘର ଠିକ୍ ହୋଇଯାଇଥିଲା। ଆଉ କିଛି ମାସ ପରେ ହାତକୁ ଦିହାତ ହୋଇଥା’ନ୍ତେ। ବାହାଘର ପାଇଁ ସେ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ। ବାଜା ଓ ଲାଇଟ୍ ପାଇଁ ଆଡ୍‌ଭାନ୍ସ ଦେବାକୁ ଯାଇଥିଲେ। କିନ୍ତୁ ସେଠାରୁ ଫେରିବା ବେଳେ ପିଟି ଦେଇ ପଳାଇଲା ଅଜଣା ଗାଡ଼ି। ରାସ୍ତା ଉପରେ ଚାଲିଗଲା ତାଙ୍କ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାରିହାପୁରରେ।

Advertisment

ମୃତକଙ୍କ ନାଁ ଶଶାଙ୍କ କୁମାର ପ୍ରଧାନ। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ମୋଟଗାଁ ଥାନା ବୁଢ଼ାପଙ୍କ ଗ୍ରାମରେ। ତାଙ୍କ ବାପାଙ୍କ ନାଁ ସାରଙ୍ଗଧର ପ୍ରଧାନ। ଶଶାଙ୍କ କୋରାପୁଟରେ ପୁଲିସ କନଷ୍ଟେବଲ ଭାବେ କାର୍ଯ୍ୟ କରୁଥିଲେ। ନିକଟରେ କାମାକ୍ଷାନଗର ଅଞ୍ଚଳରେ ତାଙ୍କର ବାହାଘର ଠିକ୍ ହୋଇଥିଲା।

ବାହାଘର ପାଇଁ ବାଜା ଓ ଲାଇଟ୍‌ ପାଇଁ ବ୍ୟବସ୍ଥା କରିବାକୁ ସେ ବାଇକ୍ ଯୋଗେ କାମାକ୍ଷାନଗର ଯାଇଥିଲେ। ସେଠାରେ ଗୋଟିଏ ପାର୍ଟିକୁ ଆଡଭାନ୍ସ ଦେଇ ନିଜ ଗ୍ରାମ ଅଭିମୁଖେ ଫେରୁଥିଲେ। ସୂଚନା ଅନୁଯାୟୀ, ପରଜଙ୍ଗ ଥାନା ବାରିହାପୁର ନିକଟରେ ୫୩ ନମ୍ବର ଜାତୀୟ ରାଜପଥରେ ସେ ଯାଉଥିବା ବେଳେ କୌଣସି ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ରାସ୍ତାରେ ଥିବା ଡିଭାଇଡରରେ ପିଟି ହୋଇପଡ଼ିଯାଇଥିଲେ। ତାଙ୍କୁ କିଛି ସ୍ଥାନୀୟ ଲୋକ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ପରଜଙ୍ଗ ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ପରଜଙ୍ଗ ପୁଲିସ ଶଶାଙ୍କ’ଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରାଇଛି। ତା’ସହିତ ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ଏହି ଖବର ପ୍ରଚାର ହେବା ମାତ୍ରା ତାଙ୍କ ଗାଁ ଓ ଆଖପାଖ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe