ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ବାଙ୍କତରା ଗାଁରେ ଘଟିଛି ଅଭାବନୀୟ ଘଟଣା। ଏକ ଗୁହାଳ ଘରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେବାରୁ ଗୋଟିଏ ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୫ଟି ଗାଈ ଗୁରୁତର ଆହତ ହୋଇଛନ୍ତି।
ଗତକାଲି ରାତିରେ ଘଟିଛି ଏହି ଘଟଣା। ଯୋଗେନ୍ଦ୍ର ନାୟକ ୬ଟି ଗାଈ ରଖିଥିଲେ। ସନ୍ଧ୍ୟାବେଳେ ଗାଈଙ୍କୁ ଖାଇବାକୁ ଦେଇ ଘରକୁ ଯାଇଥିଲେ ଯୋଗେନ୍ଦ୍ର। କିଛି ସମୟ ପରେ ଆସି ଦେଖିଲା ବେଳକୁ ସବୁ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା। ଗୁହାଳ ଘରେ ନିଆଁ ଲାଗି ଗୋଟିଏ ଗାଈ ଜୀବନ୍ତ ଜଳି ଦଗ୍ଧ ହୋଇଥିବା ବେଳେ ଆଉ ପାଞ୍ଚଟି ଗାଈ ଗୁରୁତର ଭାବେ ଆହତ ହୋଇଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କେହି ଏହି କାଣ୍ଡ ଘଟାଇଥିବା ସନ୍ଦେହ କରୁଛନ୍ତି ଯୋଗେନ୍ଦ୍ର ନାୟକ।
ଗାଁର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାରୁ ଏଭଳି ନିଆଁ ଲଗାଇବା ଘଟଣା ବାରମ୍ବାର ଘଟୁଛି। ପୁଲିସ ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଗ୍ରାମବାସୀ।
ରିପୋର୍ଟ – ଭଞ୍ଜାମରୁ ରାଜେଶ କୁମାର ପଣ୍ଡା
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।