Advertisment

ଗୁହାଳ ଘରେ ନିଆଁ ଲାଗି ଗୋଟିଏ ଗାଈ ଜୀବନ୍ତ ଦଗ୍ଧ, ୫ଟି ଗୁରୁତର

ଗୁହାଳ ଘରେ ନିଆଁ ଲଗାଇଲା ଦୁର୍ବୁତ୍ତ। ଗୋଟିଏ ଗାଈ ନିଆଁରେ ପୋଡ଼ି ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ପାଞ୍ଚଟି ଗାଈ ଗୁରୁତର ଭାବେ ଆହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
Bhanjanagar

Bhanjanagar

Advertisment

ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ବାଙ୍କତରା ଗାଁରେ ଘଟିଛି ଅଭାବନୀୟ ଘଟଣା। ଏକ ଗୁହାଳ ଘରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେବାରୁ ଗୋଟିଏ ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୫ଟି ଗାଈ ଗୁରୁତର ଆହତ ହୋଇଛନ୍ତି।

Advertisment

ଗତକାଲି ରାତିରେ ଘଟିଛି ଏହି ଘଟଣା। ଯୋଗେନ୍ଦ୍ର ନାୟକ ୬ଟି ଗାଈ ରଖିଥିଲେ। ସନ୍ଧ୍ୟାବେଳେ ଗାଈଙ୍କୁ ଖାଇବାକୁ ଦେଇ ଘରକୁ ଯାଇଥିଲେ ଯୋଗେନ୍ଦ୍ର। କିଛି ସମୟ ପରେ ଆସି ଦେଖିଲା ବେଳକୁ ସବୁ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା। ଗୁହାଳ ଘରେ ନିଆଁ ଲାଗି ଗୋଟିଏ ଗାଈ ଜୀବନ୍ତ ଜଳି ଦଗ୍ଧ ହୋଇଥିବା ବେଳେ ଆଉ ପାଞ୍ଚଟି ଗାଈ ଗୁରୁତର ଭାବେ ଆହତ ହୋଇଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କେହି ଏହି କାଣ୍ଡ ଘଟାଇଥିବା ସନ୍ଦେହ କରୁଛନ୍ତି ଯୋଗେନ୍ଦ୍ର ନାୟକ।

ଗାଁର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାରୁ ଏଭଳି ନିଆଁ ଲଗାଇବା ଘଟଣା ବାରମ୍ବାର ଘଟୁଛି। ପୁଲିସ ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଗ୍ରାମବାସୀ।

Advertisment

ରିପୋର୍ଟ – ଭଞ୍ଜାମରୁ ରାଜେଶ କୁମାର ପଣ୍ଡା

Fire Accident Ganja
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe