Dead
କୁଏତର ରାଜଧାନୀ କୁଏତ ସିଟିରେ ଏକ ଫ୍ଲାଟ୍ରେ ନିଆଁ ଲାଗିଯିବାରୁ ଏକ ଭାରତୀୟ ଦମ୍ପତି ଓ ସେମାନଙ୍କର ଦୁଇ ଜଣ ଛୁଆ ଜୀବନ୍ତଦଗ୍ଧ ହୋଇଯାଇଛନ୍ତି। ଗତ ଶୁକ୍ରବାର ରାତିରେ ଏହି ଘଟଣା ଘଟିଥିଲା। ସେହିଦିନ ସେମାନେ ଛୁଟି କାଟି କେରଳରୁ ଫେରିଥିଲେ।
ମୃତକମାନେ ହେଉଛନ୍ତି ମାଥ୍ୟୁଜ ମୁଲକ୍କଲ, ତାଙ୍କ ପତ୍ନୀ ଲିନି ଅବ୍ରାହମ ଓ ସେମାନଙ୍କର ଦୁଇ ଛୁଅ- ଆଇଜାକ ଓ ଏରିନ। ସେମାନେ କେରଳର ଅଲପ୍ପୁଝାର ନୀରାତ୍ତୁପୁରମର ବାସିନ୍ଦା। ମାଥ୍ୟୁଜ ୧୫ ବର୍ଷ ହେଲାଣି କୁଏତ ସିଟିରେ ରହୁଥିଲେ। ତାଙ୍କ ପତ୍ନୀ ମଧ୍ୟ ସେଠାରେ ଚାକିରି କରୁଥିଲେ। ସେମାନେ ଛୁଟିରେ କେରଳ ଆସିଥିଲେ। ଛୁଟି କାଟି ସେମାନେ ଶୁକ୍ରବାର ପୁଣି କୁଏତ ସିଟି ଫେରି ଯାଇଥିଲେ।
‘ଆରବ ଟାଇମ୍ସ’ରେ ପ୍ରକାଶିତ ଖବର ଅନୁଯାୟୀ, ଶୁକ୍ରବାର ରାତିରେ ମାଥ୍ୟୁଜ ଓ ତାଙ୍କ ପରିବାର ଲୋକେ ଶୋଇଥିବା ବେଳେ ଏସିରେ ସର୍ଟ ସର୍କିଟ ଘଟି ନିଆଁ ଲାଗି ଯାଇଥିଲା। ନିଆଁ ଲାଗିଯିବାରୁ ଅଣନିଃଶ୍ୱାସୀ ହୋଇ ସେମାନଙ୍କର ମୃତ୍ୟୁ ଘଟିଥିଲା ଓ ପରେ ଜଳି ଯାଇଥିଲେ। ସେମାନେ କେରଳରେ ଛୁଟି କାଟି ଶୁକ୍ରବାର ଅପରାହ୍ନ ୪ଟା ବେଳେ କୁଏତ ସିଟିକୁ ଫେରିଥିଲେ। ମାଥ୍ୟୁଜ ମୂଲକ୍କଲ ରଏଟର୍ସରେ କାମ କରୁଥିଲେ। ତାଙ୍କ ପତ୍ନୀ ଏକ ଡାକ୍ତରଖାନାରେ ନର୍ସ ଥିଲେ।
କୁଏତରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ମାଥ୍ୟୁଜ ମୂଲକ୍କଲ ଓ ଅନ୍ୟ ତିନି ଜଣଙ୍କ ମୃତଦେହକୁ ଭାରତ ଫେରାଇବା ପାଇଁ ପ୍ରସ୍ତୁତି କରାଯାଉଛି। ସେଥିପାଇଁ ମାଥ୍ୟୁଜଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିଛି ଭାରତୀୟ ଦୂତାବାସ।
ଗତ ମାସରେ କୁଏତରେ ଏକ କୋଠାରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ୪୫ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Dead_1721533440.jpg)