Advertisment

ଫସଲ ନଷ୍ଟ ହେବାରୁ ଚାଷୀ ଆତ୍ମହତ୍ୟା ଅଭିଯୋଗ

ଗତକାଲି ନିଜ ଚାଷ ଜମିରେ ସନ୍ତୋଷ ବିଷ ଖାଇ ଦେଇଥିଲେ।

ଅଦ୍ୟତନ ହୋଇଛି
suicide

suicide

Advertisment

ରୋଗ ପୋକ ଲାଗି ଫସଲ ନଷ୍ଟ ହୋଇଯିବାରୁ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଯିଛି ଚବଲାଙ୍ଗିର ଜିଲ୍ଲା ଲରମ୍ଭାରେ ଥାନା ମୁଦଲସର ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ସନ୍ତୋଷ ଜେନା।

Advertisment

ଗତକାଲି ନିଜ ଚାଷ ଜମିରେ ସନ୍ତୋଷ ବିଷ ଖାଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।

ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ,ସନ୍ତୋଷ ଧାର ଉଧାର କରି ଚାରି ଏକର ଜମିରେ ଧାନ ଓ ମୁଗ ଚାଷ କରିଥିଲେ। ରୋଗ ପୋକ ଲାଗି ଫସଲ ନଷ୍ଟ ହେବାରୁ ସନ୍ତୋଷ ଚିନ୍ତାରେ ଥିଲେ। ସେହି କାରଣରୁ ସନ୍ତୋଷ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

Advertisment
Bolangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe