Advertisment

ଅଫିସରେ କାମ କରୁଥିବା ବେଳେ ଟଳିପଡ଼ିଲେ ଫରେଷ୍ଟର

ଥୁଆମୂଳ ରାମପୁର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Forester

Forester

Advertisment

ଅଫିସରେ ବସି କାମ କରୁଥିବା ବେଳେ ଟଳି ପଡ଼ିଲେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଫରେଷ୍ଟ ଦାୟିତ୍ୱରେ ଥିବା ଫରେଷ୍ଟର ପ୍ରକାଶ ମିଶ୍ର।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ସେ ତାଙ୍କ ଅଫିସରେ କାମ କରୁଥିବା ବେଳେ ଚୌକିରେ ଶୋଇପଡ଼ିଥିଲେ। ତେବେ ଦୀର୍ଘ ସମୟ ଧରି ସେ ଚୌକିରେ ଶୋଇ ରହିବାରୁ ଅନ୍ୟ କର୍ମଚାରୀଙ୍କର ସନ୍ଦେହ ହୋଇଥିଲା। ସେମାନେ ତାଙ୍କୁ ଉଠାଇଥିଲେ। କିନ୍ତୁ ସେ ଉଠି ନଥିଲେ। ତେଣୁ କର୍ମଚାରୀମାନେ ତାଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଫରେଷ୍ଟର ପ୍ରକାଶ ମିଶ୍ରଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ହୃଦଘାତରୁ ନା ଅନ୍ୟ କୌଣସି କାରଣରୁ ତାଙ୍କ ମୃତ୍ୟୁ ଘଟିଛି, ତାହା ଜଣାପଡ଼ି ନାହିଁ। ଥୁଆମୂଳ ରାମପୁର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Advertisment

ସୂଚନାଯୋଗ୍ୟ, ଚଳିତ ମାସ ୧୮ତାରିଖରେ ଭବାନୀପାଟଣାରେ ଫରେଷ୍ଟର ସଞ୍ଜୟ ନାୟକଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ସରକାରୀ ବାସଭବନରୁ ତାଙ୍କ ମୃତଦେହ ମିଳିଥିଲା। ଫରେଷ୍ଟର ସଞ୍ଜୟ ନାୟକଙ୍କ ମୃତ୍ୟୁ ପାଇଁ ଡିଏଫଓଙ୍କୁ ଦାୟୀ କରିଥିଲେ ପରିବାର ଲୋକେ। ଡିଏଫଓଙ୍କ ଚାପ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ସେମାନେ ଅଭିଯୋଗ କରିଥିଲେ। ଏକଥା ମନରୁ ନ ଲିଭୁଣୁ ଆଜି ଆଉ ଜଣେ ଫରେଷ୍ଟରଙ୍କ ଅକାଳ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।

ରିପୋର୍ଟ- ଭବାନୀପାଟଣାରୁ ରାଜକୁମାର ସିଂହଦେଓ

Heart Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe